ପଦ୍ମନାଭପୁରରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ

0
173

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ସଂଯୋଜନାରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଉପସ୍ଥିତ ଅଙ୍ଗନୱାଡ଼ି କର୍ମୀ ଓ ମାଆ ମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ଅତିଥିବୃନ୍ଦ ସୈାଭାଗ୍ୟବତୀ ୧୦ ଜଣ ଗେହ୍ଲା ଝିଅଙ୍କ ମାଆଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଲିଙ୍ଗଭେଦ ଦୂର କରିବା , କନ୍ୟାଭ୍ରୂଣ ହତ୍ୟା ବନ୍ଦ , ବାଲ୍ୟବିବାହ ପ୍ରଥା ଗ୍ରାମାଞ୍ଚଳରେ ବନ୍ଦ କରିବା , ଝିଅ ଚାଲାଣ ବନ୍ଦ , କନ୍ୟା ସନ୍ତାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ , ଶିଶୁ ସୁରକ୍ଷା କିଶୋରୀ ବାଳିକା ଓ ବାଳକ ମାନଙ୍କ ଭବିଷ୍ୟତ ଅନ୍ଧାରକୁ ନ ଠେଲିବା ପାଇଁ ସଚେତନତା କରାଇଥିଲେ । ଏଥିସହ କାର୍ଯ୍ୟକ୍ରମରେ ବିଶ୍ବ ସ୍ତନ୍ୟପାନ ଦିବସ , ନିର୍ଭୟା କଢି ଉପରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ସଠିକ ରୂପେ କାର୍ଯ୍ୟକାରୀ ସକାଶେ ଗ୍ରାମସଭା ଜରିଆରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକ ମାନେ କିପରି ଉପକୃତ ହୋଇପାରିବେ , ଭୋଟର ତାଲିକାରେ ନୂତନ ନାମ ପଞ୍ଜିକରଣ , ଫାଇଲେରିଆ ନିରାକରଣ ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିକୁଞ୍ଜ ପାଣିଗ୍ରାହୀ , ଅଙ୍ଗନୱାଡ଼ି ସେକ୍ଟର ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ହେଲଥ ସେକ୍ଟର ସୁପରଭାଇଜର ଗଣେଶ ଭୂୟାଁ , ସିଏଚଓ ପ୍ରମୋଦିନୀ ସାହୁ , ସ୍ବାସ୍ଥ୍ୟକର୍ମୀ ଭାଗ୍ଯଲତା ଦୋରା , ଆତ୍ମା ପ୍ରତିନିଧି ସୁନୀଲ ଗୈାଡ , ନାଏବ ସରପଞ୍ଚ ପ୍ରତିନିଧି ଅରୁଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ , ୱର୍ଡ ସଭ୍ୟ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here