ଓଡିଶା ଶିକ୍ଷା ସେବା -2 କୁ ଉର୍ଣିତ ହେଲେ ପ୍ରଧାନ ଶିକ୍ଷକ

0
157

ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଲିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ଅଭିମନ୍ୟୁ ଜେନା ବେଗୁନିଆପଡା ବ୍ଲକରୁ ଏକମାତ୍ର ଶିକ୍ଷକ ଭାବେ ଓଡିଶା ଶିକ୍ଷା ସେବା ପଦବୀ -2 ରାଙ୍କକୁ ଉନ୍ନୀତ ହୋଇଛନ୍ତି l ଓଡିଶା ଶିକ୍ଷା ସେବା ଚିଠି ନଂ 18409/31-07-2023 ଅନୁଯାୟୀ ଶ୍ରୀ ଜେନା ଉକ୍ତ ପଦବୀକୁ ଉନ୍ନୀତ ହୋଇ ଭାରତୀ ବିଦ୍ୟାପୀଠ, ଗଞ୍ଜାମରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଇଛନ୍ତି l ପୂର୍ବରୁ ସେ ସିନିୟର ଏସ ଇ ଏସ ପଦବୀରେ ଥାଇ କାଲିମେଘି-ଜାଗିଲିପଦର ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଥିଲେ l ଉକ୍ତ ସ୍କୁଲରେ ସେ ଦୀର୍ଘ ବର୍ଷ ରହି ଅଞ୍ଚଳରେ ଶିକ୍ଷାର ପ୍ରଚାର, ପ୍ରସାର ଓ ବିକାଶ ଦିଗରେ ପ୍ରୟାସରତ ଥିଲେ l ଶ୍ରୀ ଜେନାଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l

LEAVE A REPLY

Please enter your comment!
Please enter your name here