ସାନଖେମୁଣ୍ଡିରେ ପାଗଳ ବିଲୁଆ ଆତଙ୍କ ; ୭ ଜଣ ଗୁରୁତର

0
343

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମ ଶେଷରେ ମଙ୍ଗଳବାର ସକାଳୁ ଏକ ପାଗଳ ବିଲୁଆର ଆତଙ୍କ ସମଗ୍ର ଗ୍ରାମବାସୀଙ୍କୁ ଭୟଭୀତ କରିଥିବା ଜଣାପଡିଛି । ପାଗଳ ବିଲୁଆର କାମୁଡାରେ ଗ୍ରାମର ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନେ ହେଲେ ମନୁ ନାୟକ , ଜୟନ୍ତୀ ସେଠୀ , ନରହରି ସ୍ବାଇଁ , ଏ . ଦମୟନ୍ତୀ ଦୋରା , ଏନ୍ . ଲକ୍ଷ୍ମୀ ଆମ୍ମା ପାତ୍ର , ଏନ୍ . ଗାୟତ୍ରୀ ପାତ୍ର , ଭାଷିନୀ ବେହେରା। ଖବରପ୍ରକାରେ , ମଙ୍ଗଳବାର ଭୋର ସକାଳୁ ଗ୍ରାମର ମହିଳା ସମେତ ପୁରୁଷ ମାନେ ନିଜ ଚାଷଜମି , ଫୁଲ ତୋଳିବା ଏବଂ ଶୌଚ ପାଇଁ ଯିବା ସମୟରେ ଏକ ପାଗଳ ବିଲୁଆ ଗ୍ରାମରେ ପଶି ଲୋକଙ୍କୁ ଗୋଡ଼ାଇ କାମୁଡି ଦେଇ କେଉଁଆଡେ ଚାଲି ଯାଇଥିଲା । ଯାହାଫଳରେ ଗ୍ରାମବାସୀ ଭୟଭୀତ ହୋଇଥିଲେ । ଘଟଣା ପ୍ରଚାରିତ ହେବା ପରେ ବନବିଭାଗ କର୍ମଚାରୀ ପହଞ୍ଚି ଥିଲେ ମଧ୍ୟ ପାଗଳ ବିଲୁଆକୁ ଧରିବାରେ ଅସଫଳ ରହିଥିଲେ । ଏପଟେ ଗୁରୁତର ମାନଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ସେଠାରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here