ଜଗନ୍ନାଥ ପ୍ରଶାଦ ରେ ତୃତୀୟ ପଯ୍ୟାୟ ଥର୍ମାଲ ପରୀକ୍ଷା ଆରମ୍ଭ

0
378

ଜଗନ୍ନାଥ ପ୍ରଶାଦ(ନିଳୁ ବିଶୋଇ) ଗଞ୍ଜାମ ରେ ଦିନ କୁ ଦିନ କୋରନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି। କୋରନା ରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖର ପଡୁଛନ୍ତି।ଚାରିଆଡେ ଭୟ ର ବାତାବରଣ ସୃଷ୍ଟି ହେଇଛି।ପ୍ରଶାସନ ତରଫରୁ ବହୁତ ପଦକ୍ଷେପ ନିଆ ଯିବା ସହ ଡାକ୍ତର ,ଅଙ୍ଗନବାଡି କର୍ମୀ,ଓ ଆଶା କର୍ମୀ ମାନେ ଘର ଘର ବୁଲି ପରୀକ୍ଷା କରୁଛନ୍ତି। ଡାକ୍ତର ରାଜେଶ୍ୱରୀ ସାହୁ , ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ମହାନ୍ତି, ଓ ଆଶା କର୍ମୀ ପୁଷ୍ପାଞ୍ଜଳି ସେଠୀ ଙ୍କୁ ଧରି ଜଗନ୍ନାଥ ପ୍ରସାଦ ର ପାଇକ ସାହି ସମେତ ବହୁ ସାହି ବୁଲି ଥର୍ମାଲ ପରୀକ୍ଷା କରିବା ସହ ସ୍ୱାସ୍ଥ୍ୟ ଯାଂଚ କରିଛନ୍ତି।ଏପରି ଯାଂଚ ତୃତୀୟ ଥର ପାଇଁ ହେଉଛି ।

LEAVE A REPLY

Please enter your comment!
Please enter your name here