ଫାଇଲେରିଆ ନିରାକରଣ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

0
156

ଦିଗପହଣ୍ଡି: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଗୁରୁବାର ଦିନ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଫାଇଲେରିଆ ନିରାକରଣ ନେଇ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ସ୍ଥାନୀୟ ହେଲଥ୍ ସେକ୍ଟର ସୁପରଭାଇଜର ଗଣେଶ ଭୂୟାଁଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସରପଞ୍ଚ ପ୍ରତିନିଧି ବି. କ୍ରିଷ୍ଣାରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆସନ୍ତା ଅଗଷ୍ଟ ୧୦ ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନରେ ଆଶାକର୍ମୀ ଓ ତାଲିମ ପ୍ରାପ୍ତ ସ୍ବେଚ୍ଛାସେବୀ ମାନେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ପ୍ରତ୍ୟେକ ଗ୍ରାମ ବୁଲି ବୁଲି ଲୋକଙ୍କୁ ଏହି ରୋଗ ସମ୍ବନ୍ଧରେ ଅବଗତ କରାଇବା ସହ ସାମୂହିକ ଔଷଧ ସେବନ କିପରି କରାଇବେ ଶିବିରରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଏଚଓ ସୀତାମଣୀ ଭୂୟାଁ , ପ୍ରମୋଦିନୀ ସାହୁ , ସ୍ବାସ୍ଥ୍ୟକର୍ମୀ ଭାଗ୍ଯଲତା ଦୋରା , ମୀନତି ଗୈାଡ , ଭବାନୀ ମହାରଣା , ଶ୍ରୀମୁଖ ପ୍ରଧାନ ସମେତ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here