ନିଶାଦେଇ ମହିଳାଙ୍କ ଠାରୁ ସୁନା ଲୁଟ୍ ନେଇ ଥାନାରେ ଅଭିଯୋଗ

0
282

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ଜୟନ୍ତୀ ମହାନ୍ତି ନାମ୍ନୀ ଜଣ ମହିଳାଙ୍କୁ ନିଶା ଦିଆଯାଇ ସୁନା ଲୁଟ୍ କରି ଦୁବୃର୍ତ୍ତ ନେଇଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଖବରପ୍ରକାରେ , ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଜଲମେରୀପଲ୍ଲୀ ଗ୍ରାମର ଜୟନ୍ତୀ ନିଜ ଝିଅ ଘର ଜରଡା ଅଞ୍ଚଳକୁ ଯାଇ ଗୁରୁବାର ଦିନ ବସରେ ଆସି ବସଷ୍ଟାଣ୍ଡରେ ଗ୍ରାମକୁ ଯିବାପାଇଁ ଓହ୍ଲାଇଥିଲେ । ଏହି ସମୟରେ ଜଣେ ଯୁବକ ବାଇକରେ ଆସି ତାଙ୍କର ସ୍ବାସ୍ଥ୍ୟ କାର୍ଡ କରାଇବା ବାହାନରେ କଥାବାର୍ତ୍ତା ହେବାପରେ ନିଶା ଦେଇ ବେକ କାନରୁ ସୁନା ଲୁଟି ନେଇଥିବା ସ୍ଥାନୀୟ ଲୋକଙ୍କ ନିକଟରେ କହିବା ପରେ ସହରବାସୀ ଦିଗପହଣ୍ଡି ଥାନାକୁ ଜଣାଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାପରେ ପରିବାର ଲୋକେ ପୋଲିସ ଥାନାରେ ପହଞ୍ଚି ଏତଲା ଦେଇଥିଲେ । ଅପରପକ୍ଷରେ ଏତଲାକୁ ଭିତ୍ତିକରି ପୋଲିସ ୨୬୯/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଏସ୍ ଆଇ ମାଧବ ଚନ୍ଦ୍ର ଟାକିରି ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here