ଖରିଫ ଧାନ ଚାଷ ନିମନ୍ତେ ଘୋଡାହଡ ଡ୍ୟାମରୁ କେନାଲ ଯୋଗେ ଜଳ ନିଷ୍କାସନ

0
490

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତ ନିକଟରେ ଅବସ୍ଥାପିତ ଘୋଡାହଡ ଜଳଭଣ୍ଡାରରୁ ମଙ୍ଗଳବାର ଦିନ ଖରିଫ ଧାନ ଚାଷ ନିମନ୍ତେ କେନାଲ ଯୋଗେ ପାଣି ଛଡ଼ା ଯାଇଥିବା ଜଣାପଡିଛି । ଖବରପ୍ରକାରେ , ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଳକର ବହୁ ଚାଷୀ ବର୍ଷା ଅଭାବ କାରଣରୁ ନିଜ ଚାଷ ଜମିରେ ପାଣି ମଡାଇବା ପାଇଁ ଘୋଡାହଡ ଜଳଭଣ୍ଡାର ଉପରେ ନିର୍ଭର କରି ଆସୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୌସୁମୀ ବାୟୁ ପ୍ରଭାବରେ ବର୍ଷାର ପରିମାଣ ସ୍ବଭାବିକ ହୋଇନଥିବା ବେଳେ ବହୁ ଜମି ଜଳାଭାବ କାରଣରୁ ଫାଟି ଆଁ ଦେଖାଗଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ପ୍ରକାରେ ମଙ୍ଗଳବାର ସକାଳ ୭ ଘଣ୍ଟା ସମୟରେ ଗୋଟିଏ ଗେଟ୍ ମାଧ୍ୟମରେ ଡ୍ୟାମର ବାମ ଓ ଡାହାଣ କେନାଲ ଦେଇ ଖରିଫ ଧାନ ଚାଷ ନିମନ୍ତେ ଜଳ ଛଡାଯାଇଥିଲା । ତେବେ ଡ୍ଯାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧୫ . ୦୨ ମିଟର ଯାହାକି ଜଳଧାରଣର ୭୦ ପ୍ରତିଶତ ରହିଥିବା ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଗୋପାଳ ରାଓ ସୂଚନା ଦେଇଛନ୍ତି । ଏହି ସମୟରେ ସହକାରୀ ଯନ୍ତ୍ରୀ ଇଂ ନିରଞ୍ଜନ ସାହୁ ସମେତ ପାଣି ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ପାତ୍ର , ସଂପାଦକ କିର୍ତ୍ତୀଚନ୍ଦ୍ର ଗୈାଡ , କୋଷାଧ୍ୟକ୍ଷ ରାମନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here