ପାନୀୟଜଳ ସମସ୍ଯା ନେଇ ଶତାଧିକ ମହିଳା ରାଜରାସ୍ତାରେ ବିକ୍ଷୋଭ : ହାଣ୍ଡି ମାଠିଆ ଧରି ୨ ଘଣ୍ଟା ରାସ୍ତା ଅବରୋଧ

0
322

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ସାହାସପୁର ପଞ୍ଚାୟତ ହାଟପଦାରେ ପାନୀୟ ଜଳର ସମସ୍ୟା ନେଇ ମଙ୍ଗଳବାର ଦିନ ଗ୍ରାମର ଶତାଧିକ ମହିଳା ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଉତ୍ୟକ୍ତ ମହିଳା ମାନେ ହାଣ୍ଡି ମାଠିଆ ଧରି ଦୁଇଘଣ୍ଟା ରାସ୍ତା ଅବରୋଧ କରିଥିଲେ । ଖବରନୁଯାୟୀ , ଦୀର୍ଘ ୧୫ ଦିନ ଧରି ଗ୍ରାମରେ ପାଇପ ଯୋଗେ ଗ୍ରାମକୁ ପିଇବା ପାଇଁ ପାଣି ଆସୁନାହିଁ । ଯାହାଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏପରିକି ସେମାନେ ବର୍ଷା ପାଣି ଉପରେ ଭରଷା କରି ଆସୁଥିବା କହିଛନ୍ତି । ଏନେଇ ଗ୍ରାମବାସୀ ପକ୍ଷରୁ ଜଳବିଭାଗ ନିକଟରେ ଅଭିଯୋଗ ଜଣାଇ ଆସୁଥିଲେ ସୁଦ୍ଧା କୌଣସି ଫଳପ୍ରଦ କାର୍ଯ୍ୟ ନ ହେବାରୁ ମହିଳା ମାନେ ରାସ୍ତା ଅବରୋଧ କରିଥିଲେ । ଖବରପାଇ ପାଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା ପରେ ଗତକାଲି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା । ଏଥିସହ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିବା ଗାଡ଼ି ଚଳାଚଳ ସ୍ବାଭାବିକ ରହିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here