ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ୍ ଡାକ୍ତର କଳା ବ୍ୟାଜ ପରିଧାନ

0
687

ଗଞ୍ଜାମ:ରାଜ୍ୟ ଆୟୁଷ ଡାକ୍ତର ସଂଘର ଆହ୍ବାନକ୍ରମେ ଦିଗପହଣ୍ଡି ବ୍ଳକ ବମକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ମଙ୍ଗଳବାର ଦିନ ସ୍ଥାୟୀ ନିଯୁକ୍ତି ଦାବିରେ କଳା ବ୍ୟାଜ ପରିଧାନ କରି ରୋଗୀ ସେବା କରୁଥିବା ଜଣାପଡିଛି । ଖବରପ୍ରକାରେ , କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ୨୦୧୩ ମସିହା ଠାରୁ ସ୍ବଳ୍ପ ବେତନରେ ରୋଗୀ ସେବା ଦେଇ ଆସୁଛନ୍ତି । ଏପରିକି ସେମାନେ ଶିଶୁ ଜନ୍ମଠାରୁ ଅଠର ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି । ଦିନରାତି ରୋଗୀଙ୍କ ଅହରହ ସେବା କରୁଥିବା ଏହି ଆୟୁଷ ଡାକ୍ତରଙ୍କୁ ରାଜ୍ୟ ସରକାର ବନ୍ୟା , ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ଖଟାଇ ଆସୁଛନ୍ତି । ଏପରିକି କରୋନା ଭଳି ମହାମାରୀ ବିପର୍ଯ୍ୟୟ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି ରୋଗୀ ଚିକିତ୍ସା କରୁଥିଲେ । ତେବେ ଆଜି ଯାଏଁ ସେମାନଙ୍କ ନାଁ ବୃଦ୍ଧି ପାଇଲା ଦରମା ନା ମିଳିଲା ସ୍ଥାୟୀ ଡାକ୍ତରଙ୍କ ମାନ୍ୟତା । ଏନେଇ ସେମାନେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ନିକଟରେ ବହୁବାର ଦାବି ପ୍ରଦାନ କରି ଆସୁଥିଲେ ମଧ୍ୟ ସରକାର ସେମାନଙ୍କ ପ୍ରତି କୌଣସି ସୁଫଳ ପ୍ରତିକ୍ରିୟା ମିଳୁନଥିବା ବେଳେ ସରକାର ଆମ ପ୍ରତି ଅଣଦେଖା କରୁଥିବା ଡାକ୍ତର ମାନେ ଅଭିଯୋଗ କରି ଆସୁଛନ୍ତି । ଯାହାକୁ ନେଇ ଡାକ୍ତର ମାନେ ଗତକାଲି ଠାରୁ ଆଗାମୀ ୧୦ ଦିନ ଧରି କଳା ବ୍ୟାଜ ପରିଧାନ କରି କାର୍ଯ୍ୟ ନିର୍ବାହ କରିବେ ବୋଲି କହିଛନ୍ତି । ତେବେ ଆଗାମୀ ଦିନରେ ସରକାର କୌଣସି ସମାଧାନ ନ କରନ୍ତି ତେବେ ଆନ୍ଦୋଳନ ଜୋର ଧରିବା ବୋଲି ଦୃଢ ଚେତାବନୀ ଦେଇଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here