ଦିଗପହଣ୍ଡି ଏନ୍ ଏସି ପକ୍ଷରୁ ନୂତନ ଆହାର ରୋଷେଇ ଗୃହ ଉଦଘାଟନ

0
444

ଗଞ୍ଜାମ:ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ସୋମବାର ଦିନ ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡ ପରିସରରେ ୨୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଆହାର ରୋଷେଇ ଗୃହର ଶୁଭ ଉଦଘାଟନ ହୋଇଯାଇଛି । ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀଙ୍କ ଉପସ୍ଥିତିରେ ନଗରପାଳ ପ୍ରଫୁଲ୍ଲ କୁମାର ପଣ୍ଡା ଏହାକୁ ଉଦଘାଟିତ କରିଥିଲେ । ସେହିପରି ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ସନ୍ତୋଷିନୀ ବେହେରା , ସୁଶାନ୍ତ ପାତ୍ର , ସୁନୀଲ ପଣ୍ଡା , ଦୀପକ ମିଶ୍ର , ନୀଳମାଧବ ଗୈାଡ , ଗୋରାଙ୍ଗ ଚରଣ ବେହେରା , ଉପାଧ୍ୟକ୍ଷା ପ୍ରତିନିଧି କାପାଲୁ. କୁନା , ପ୍ରତିନିଧି ରମେଶ ଜେନା , ଇ . ଶଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ପୂର୍ବରୁ ଆହାର କେନ୍ଦ୍ରକୁ ଲୋକମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଏକ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହେଉଥିଲା । ବର୍ତ୍ତମାନ ତାହା ଶ୍ରୀ ବାଲାଜୀ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ହେବା ସହ ନିଜେ ରୋଷେଇ ଗୃହରେ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ଲୋକମାନଙ୍କୁ ବିକ୍ରୀ କରିପାରିବେ ବୋଲି ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ମୁକ୍ତା ଆଇ . ଇ ବି . ତୁଷାରକାନ୍ତ , ଯନ୍ତ୍ରୀ ମମତା କୁମାରୀ ପଣ୍ଡା , ପବିତ୍ରା ପ୍ରଧାନ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here