ବିଶ୍ୱ ସର୍ପ ଦିବସ ପାଳନ ଅବସରରେ ୯ ଶହରୁ ଉର୍ଦ୍ଧ ଚାରା ବଣ୍ଟନ

0
181

ଗଞ୍ଜାମ: ବ୍ରହ୍ମପୁର ସହର ଉପକଣ୍ଠ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ଲାଞ୍ଜିଆ ଗ୍ରାମପଞ୍ଚାୟତର ବାଳକୃଷ୍ଣପୁର ଗ୍ରାମରେ ସ୍ନେକ୍ ହେଲ୍ପ ଲାଇନ ପକ୍ଷରୁ ବିଶ୍ୱ ସର୍ପ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବାଳକୃଷ୍ଣପୁର ଗ୍ରାମରେ ବୃକ୍ଷ ରୋପଣ କରିବା ସହ ଗ୍ରାମବାସୀଙ୍କୁ ୯ ଶହରୁ ଉର୍ଦ୍ଧ ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁକୁଡାଖଣ୍ଡି ବ୍ଲକ୍ ଗୋଷ୍ଟୀ ଉନ୍ନୟନ ଅଧିକାରିଣୀ ପଲ୍ଲବୀ ସ୍ୱାଇଁ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତିସଭ୍ୟ ତଥା ଆମ୍ବଗଡ ସେବା ସମବାୟ ସମିତିର ସଭାପତି କାହ୍ନୁ ଚରଣ ପାତ୍ର, ବ୍ରହ୍ମପୁର ବନପାଳ ପ୍ରମିଳା ସାବତ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପରିବେଶର ସୁରକ୍ଷାରେ ବୃକ୍ଷର ଆବଶ୍ୟକତା ସହିତ ମନୁଷ୍ୟ ସହ ପଶୁ ଏବଂ ସରିସ୍ରୂପ କିପରି ବୃକ୍ଷ ଉପରେ ନିର୍ଭରଶୀଳ ସେ ନେଇ ସଚେତନତା ବାର୍ତ୍ତା ଗ୍ରାମବାସୀଙ୍କ ନିକଟରେ ପହଞ୍ଚାଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଗ୍ରାମରେ ବୃକ୍ଷ ରୋପଣ କରାଯାଇଥିଲା। ଏହାପରେ ୧୪ ଗୋଟି ପ୍ରକାରର ବିଭିନ୍ନ ଔଷଧିୟ ଏବଂ ଫଳ ଜାତୀୟ ବୃକ୍ଷ ଯଥା ଅଁଳା,ଶିଶୁଆ, ବେଲ,ରକ୍ତ ଚନ୍ଦନ, ଡାଳିମ୍ବ, ପିଜୁଳି, କଦମ୍ବ, ପିଆଶାଳ, ଆତ, ଜାମୁକୋଲି, ପଣସ, ହରିଡ଼ା, ବାହାଡ଼ା, ସାଗୁଆଣି ପରି ପ୍ରାୟ ୯ ଶହରୁ ଉର୍ଦ୍ଧ ବୃକ୍ଷ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧିନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଓମ ଶ୍ରୀ ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀ, ଶିକ୍ଷାବିତ ତଥା ପରିବେଶପ୍ରେମୀ ବନମାଳୀ ପ୍ରଧାନ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାମ ଚନ୍ଦଦ୍ର ସାହୁ, ତାରା ପ୍ରସାଦ ଦାସ, ସନ୍ଦୀପ ସେଠୀ, ପି ଅରବିନ୍ଦ ଦେଶୀବେହେରା, ନିରାକାର ବେହେରା, ଟୁନା ଡାକୁଆଙ୍କ ସମେତ ଗ୍ରାମୀବାସୀ ସୁନିଲ ଗୌଡ, ବିପିନ ପାତ୍ର, ଅନନ୍ତ ନାରାୟଣ ସାହୁ, ପଦ୍ମ ଚରଣ ଗୌଡ, ନିଳକଣ୍ଠ ଗୌଡ, ଶୁଭମ ପାଇକ, ଶିଶିର ଗୌଡ ଓ ହରିଶ୍ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବହୁ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here