ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ ମାମଲାରେ ୨ ଅଭିଯୁକ୍ତ ଗିରଫ

0
1171

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସ୍ବାଇଁ ଆକ୍ରମଣ ମାମଲାରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଯୁବକ ଦ୍ବୟ ହେଲେ ବନ୍ଥପଲ୍ଲୀ ଗ୍ରାମର ନନ୍ଦନ ବେହେରା (୨୩) ଓ ବ୍ରହ୍ମପୁର ସଦର ଥାନା ସୁକୁଣ୍ଡା ଗ୍ରାମ ଗୈାଡ ସାହିର ଶଙ୍କର ଗୈାଡ (୨୪) । ଖବରନୁଯାୟୀ , ଗତ ମଙ୍ଗଳବାର ତଥା ଜୁଲାଇ ୪ ତାରିଖ ଅପରାହ୍ନ ୩ ଟା ସମୟରେ ପୂର୍ବତନ ସରପଞ୍ଚ ତଥା ଚାଞ୍ଚଡାପଲ୍ଲୀ ଗ୍ରାମର ପ୍ରଶାନ୍ତ ନିଜ କାମ ସାରି ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ ଦୁଇ ଅଭିଯୁକ୍ତ ମିଶି ଗ୍ରାମ ନିକଟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ପ୍ରଶାନ୍ତ ଜୀବନ ବିକଳରେ ଦୌଡ଼ି ରଙ୍କ ଗୈାଡଙ୍କ ଘରେ ପଶି କବାଟ ଦେଇଥିଲେ । ଏହାପରେ ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଘଟଣାପରେ ପ୍ରଶାନ୍ତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏପରିକି ସେମାନଙ୍କ ସହିତ କୋୖଣସି ରାଜନୈତିକ କିମ୍ବା ପୂର୍ବ ଶତ୍ରୁତା ନଥିବା ବେଳେ ବଚନ ସ୍ବାଇଁ କେସ ମାମଲାକୁ ନେଇ ସେମାନେ ଆକ୍ରମଣ କରିଥିବା ପୋଲିସ ନିକଟରେ କହିଥିଲେ । ଏପଟେ ଏତଲାକୁ ଭିତ୍ତିକରି ପୋଲିସ ଥାନା କେସ୍ ନଂ ୨୩୯/୨୩ ପ୍ରକାରେ ମକଦ୍ଦମା ରୁଜୁ ତଦନ୍ତ ଚଳାଇଥିଲା । ତେବେ ଗତକାଲି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ମହୁଡା ଗ୍ରାମ ନିକଟରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ହୋଣ୍ଡା ସାଇନ୍ ବାଇକ ( ଓଡି ୦୭ ଏଫ୍ ୨୯୮୦) ଓ ଲୁହା କାତି ଜବତ କରିଥିଲା । ତେବେ ରବିବାର ଦିନ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସ୍ ଡି ଜେ ଏମ୍ କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here