ଆସିକା ବ୍ଳକ ବାଲିଛାଇ ଗ୍ରାମ ପଞ୍ଚାୟତରେ ମୋ ତହସିଲ କାର୍ଯ୍ୟକ୍ରମ।

0
447

ଆସିକା(ଜଗନ୍ନାଥ ସାହୁ) ଆସିକା ବ୍ଳକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତରେ ମୋ ତହସିଲ କାର୍ଯ୍ୟକ୍ରମ।ପଞ୍ଚାୟତର ବିଭିନ୍ନ ବର୍ଗର ଲୋକମାନଙ୍କ ଜମିଜମା ସମ୍ପର୍କିତ ସମସ୍ୟା ସମାଧାନ କରିବା ନିମନ୍ତେ ଆଶୁ ପଦକ୍ଷେପ ଗ୍ରହଣ କରିବା ସହିତ ବିଭିନ୍ନ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ପଞ୍ଚାୟତରେ ଥିବା ଜମିଜମା ସଂକ୍ରାନ୍ତିୟ ତଥ୍ୟ ଉପସ୍ଥାପନା କରିବା ସହ ଜନ ସାଧାରଣ ସିଧାସଳଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଆସିକା ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କର ବାଲିଛାଇ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା,ସମିତି ସଭ୍ୟ ତ୍ରୀବେଣୀ ନାୟକ,ଗୁଣ୍ଠପଡା ରାଜସ୍ବ ନିରିକ୍ଷକ ସସ୍ମିତା ବିଶ୍ବାଳ,ବାଲିସିରା ରାଜସ୍ବ ନିରୀିକ୍ଷକ ରଘୁନାଥ ପ୍ରଧାନ,ତହସିଲ କର୍ମଚାରୀ ବିପ୍ର ପ୍ରଧାନ,ବିଶ୍ବନାଥ ଲେଙ୍କା,ତ୍ରିଲୋଚନ ନାୟକ,ପତିତ ପାବନ ବେହେରା,ସନ୍ତେଷ ନାୟକ,ଯୁଗୋଳ ବେହେରା,ସରପଞ୍ଚ ପ୍ରତିନିଧି ନିଳମାଧବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here