ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କ ସହାୟକ ଉପକରଣ ଚିହ୍ନଟ ନିମନ୍ତେ ପରୀକ୍ଷଣ ଶିବିର

0
271

ଗଞ୍ଜାମ:ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ପ୍ରାଙ୍ଗଣରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସକାଶେ ସହାୟକ ଉପକରଣ ବଣ୍ଟନ ନିମନ୍ତେ ଏକ ଡାକ୍ତରୀ ପରୀକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୂଖ୍ଯ ଅତିଥିଭାବେ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ସେହିପରି ଏବିଇଓ ବାଳା ମାଝୀ, ରସାନନ୍ଦ ଘଡେଇ ଏବଂ ବିଶ୍ରବା ପାଇକ , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ଭିନ୍ନକ୍ଷମ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ସହାୟକ ଉପକରଣର ଯତ୍ନ ତଥା ସରକାରଙ୍କ ଭିନ୍ନକ୍ଷମ ମାନଙ୍କ ପ୍ରତି କରାଯାଇଥିବା ଜନ ଆଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ଭାରତ ସରକାରଙ୍କ କୁତ୍ରିମ ଅଙ୍ଗ ନିର୍ମାଣ କାରୀ ସଂସ୍ଥା କର୍ମକର୍ତ୍ତା ଯୋଗଦେଇ ଦିବ୍ଯାଙ୍ଗ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଳକର ୮୩ ରୁ ଉର୍ଦ୍ଧ୍ବ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଉପସ୍ଥିତ ରହିଥିଲେ । ସେହିପରି ସମସ୍ତ ସିଆରସିସି ମାନେ ଉପସ୍ଥିତ ରହିଥିବା ବେଳେ ସାନଖେମୁଣ୍ଡି ଗୋଷ୍ଠୀ ସମ୍ବଳ ଶିକ୍ଷକ ସର୍ବେଶ୍ଵର ସାହୁ , ଆସିକା ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ , କୁକୁଡାଖଣ୍ଡି ସମ୍ବଳ ଶିକ୍ଷକ ଡମ୍ବରୁଧର ଦୋରା ସମେତ ସମସ୍ତ ଅନ୍ତ ନିର୍ବେଶୀ ଶିକ୍ଷା ସ୍ବେଚ୍ଛାସେବୀ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here