ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର

0
160

ବୁଗୁଡ଼ା: ସ୍ଥାନୀୟ ପଞ୍ଚାୟତ ସମିତି ସଭାଗୃହରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପଞ୍ଚଦଶ ଅର୍ଥ କମିଶନ ସହାୟତାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳ ଜ୍ଯୋତି ଶଙ୍କର ରାୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ବିଡ଼ିଓ ବାସୁଦେବ ନାୟକ, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏଟିଓ ସୁନନ୍ଦ ଶେଖର ସାହାଣି, ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର କୁମାର ମାଲାନା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏଥିରେ ବନ ବିଭାଗ ଓ କୃଷି ଉଦ୍ୟାନ ବିଭାଗର ପ୍ରତିନିଧି , ପଞ୍ଚାୟତ ଜନପ୍ରତିନିଧି , ବ୍ଲକ କର୍ମଚାରୀମାନେ ଉପସ୍ଥିତ ରହିଥିବା ବେଳେ ମୃତ୍ତିକା ସଂରକ୍ଷଣ ବିଭାଗର ପ୍ରତିନିଧି ଉପସ୍ଥିତ ନଥିଲେ । ଆଲୋଚନା ପରେ ମନରେଗା କାର୍ଯ୍ଯରେ ଶ୍ରମିକଙ୍କୁ ଆବଶ୍ୟକତା ଅନୁଯାୟୀ କାମ ଯୋଗାଇବାକୁ ଏବଂ କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା ପାଇଁ ଭିଜିଲାନ୍ସ ମନିଟରିଂ କମିଟି ଗଠନ କରିବାକୁ ଉପଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗତ ୧ ଅକ୍ଟୋବର ୨୦୨୨ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୬ ମାସ ମଧ୍ୟରେ ହୋଇଥିବା ମନରେଗା କାର୍ଯ୍ୟର ସାମାଜିକ ସମୀକ୍ଷା କରାଯାଇଥିଲା। ବ୍ଲକ ସାମାଜିକ ସମୀକ୍ଷକ ବିଘ୍ନରାଜ ଦାଶ ସହଯୋଗ କରିଥିବା ବେଳେ ଏପିଓ ମୁଜିବର୍ ରହମାନ୍ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here