ଖମ୍ବାରୀ ଗାଁ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

0
369

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମ୍ବାରୀ ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ମାଗଣା ପୋଷାକ ବିତରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସେଠୀଙ୍କ ସଂଯୋଜନାରେ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ବିନୋଦ ଗୈାଡ ସଭାପତିତ୍ବ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ ଯୋଗ ଦେଇଥିବା ବେଳେ ଅନ୍ୟତମ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ ମୁଖ୍ୟ ବକ୍ତା ରୂପେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବେନ୍ଦ୍ର ବେହେରା , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ସମିତି ସଭ୍ୟ ପ୍ରତିନିଧି ଭଗବାନ ମହାପାତ୍ର, ନାଏବ ସରପଞ୍ଚ ଶରତ ଚନ୍ଦ୍ର ନାୟକ , ପରିଚାଳନା କମିଟି ପୂର୍ବତନ ସଭାପତି କାଳିଆ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା । ଦୁଷ୍ମନ୍ତ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ସମସ୍ତ ଅଭିଭାବକ/ ଅଭିଭାବିକାଙ୍କ ଉପସ୍ଥିତିରେ ଶିକ୍ଷକ ଶିବ ନାୟକ , ସନ୍ତୋଷ କୁମାର , ଭାଗିରଥି ବେହେରା ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here