ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

0
159

ଛତ୍ରପୁର: ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ ଅବସର ରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫ ରୁ ଛତ୍ରପୁର ଠାରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ଭଳି ଏପ୍ରିଲ ମାସ ଶେଷ ଶନିବାର କୁ ବିଶ୍ଵ ପ୍ରାଣୀ ଚିକିତ୍ସା ସଂଘ ଦ୍ଵାରା ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଭାବେ ୨୦୨୦ ମସିହା ଠାରୁ ପାଳନ କରାଯାଉଅଛି । ଚଳିତ ବର୍ଷ ଏହାର ମୁଖ୍ୟ ବାର୍ତ୍ତା ହେଲା “ପ୍ରାଣୀ ଚିକିତ୍ସା ବୃତି କ୍ଷେତ୍ର ରେ ବିବିଧତା, ନିରପେକ୍ଷତା ଓ ସମୂହତାର ବିକାଶ ନିମନ୍ତେ ପ୍ରୋତ୍ସାହିତ କରିବା” ।
ଉକ୍ତ ଶୋଭାଯାତ୍ରା କୁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଲୀନା କୁମାରୀ ଖେସ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ମନୋଜ କୁମାର ସାହୁ ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି ଶୋଭାଯାତ୍ରା ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନ ରୁ ଆରମ୍ଭ ହୋଇ ଛତ୍ରପୁର ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା । ଏହି ରାଲି ରେ ବହୁ ମାତ୍ର ରେ ସ୍ଥାନୀୟ ଚାଷୀ , ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ବୃନ୍ଦ, ପ୍ରାଣୀମିତ୍ର ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର କର୍ମଚାରୀ ଯୋଗଦାନ କରିଥିଲେ । ଉକ୍ତ ଶୋଭାଯାତ୍ରା କୁ ଯୁଗ୍ମ ନିର୍ଦ୍ଦେଶକ ଡା. ମୁରଲୀଧର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଶିବ କୁମାର ମହାନ୍ତି , ଡା. ବିଶ୍ଵଜିତ ରାଉତ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦେବାନନ୍ଦ ପାତ୍ର , ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଭବାନୀ ଶଙ୍କର ଶତପଥୀ, ଡା. ବିକାଶ ଚନ୍ଦ୍ର ବେହେରା , ପ୍ରାଣୀ ଚିକିତ୍ସାଧିକାରୀ ଡା.ପତିତପାବନ ରଥ ଓ ଡା.ମଧୁମିତା ସାହୁ ଦ୍ଵାରା ପରିଚାଳନା କରଯାଇଥିଲା ।

LEAVE A REPLY

Please enter your comment!
Please enter your name here