ଅଜଣା ଗାଡି ଧକ୍କାରେ କଲେଜ ଛାତ୍ର ଗୁରୁତର

0
301

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପଙ୍କଳବାଡ଼ି ଛକ ନିକଟ ମୁଖ୍ୟ ସଡକରେ ଏକ ଅଜଣା ଗାଡି ଧକ୍କାରେ ବାଲିପଦର କଲେଜର ଜଣେ ଛାତ୍ର ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ବାଲିପଦର ଫାଣ୍ଡି ଝୋଲାରୀ ଗ୍ରାମର ରବିନ୍ଦ୍ର ରାଥଙ୍କ ପୁଅ ଶୁଭାଶିଷ ରଥ ସାଇକେଲରେ ପଙ୍କଳବାଡ଼ି ଗ୍ରାମକୁ ଯାଉଥିବା ବେଳେ ପଙ୍କଳବାଡ଼ି ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା। ଅଜଣା ଗାଡି ଧକ୍କାରେ ଶୁଭାଶିଷ ଛିଟିକି ପଡି ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଖବର ପାଇ ଶୁଭାଶିଷଙ୍କ ପରିବାର ଲୋକେ ଆସି ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ନେଇଥିଲେ। ବୁଗୁଡା ମେଡ଼ିକାଲ ଡାକ୍ତର ଗୁରୁତର ଆଘାତ ଲାଗିଥିବା ଶୁଭାଶିଷ କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here