ଭାରତୀୟ ଜନତା ପାର୍ଟି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଯୋଗଦେଇ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଦେଲେ ଗୁରୁମନ୍ତ୍ର

0
216

ଛତ୍ରପୁର : କେନ୍ଦ୍ର ରେଳ ଓ ବୟନଶୀଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରର୍ଦୋଶ ବୁଧବାର ଗଂଜାମ ଜିଲ୍ଲାର ଛତ୍ରପୁର ଗ୍ରସ୍ତ ରେ ଆସି ଭାରତୀୟ ଜନତା ପାର୍ଟିର ନେତା ଓ କର୍ମୀ ମାନଙ୍କୁ ବିଭିନ୍ନ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଆସନ୍ତା ସାଧାରଣ ନିର୍ବାଚନ ରେ ଦଳୀୟ ବ୍ରହ୍ମପୁର ଲୋକସଭା ଓ ଛତ୍ରପୁର ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ପରିମାଣ ଭୋଟଦେଇ ବିଜୟୀ କରାଇବା ନିମନ୍ତେ ଦଳୀୟ ନେତା ଓ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସକାଶେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ବୁଥ , ମଣ୍ଡଳ ଜିଲ୍ଲାସ୍ତରରେ ଦଳୀୟ ନେତା ଓ କର୍ମୀ ମାନେ ସଂକ୍ରୀୟ ଭାବେ କାର୍ଯ୍ୟ କରିବା ନିମନ୍ତେ ସେ କହିଥିଲେ । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ବର୍ଷର ସଫଳତା ସମ୍ପର୍କରେ ଘର କୁ ଘର ପହଞ୍ଚାଇବା ନିମନ୍ତେ ସମସ୍ତେ ଏକତ୍ରୀତ ହୋଇ କାର୍ଯ୍ୟ କରିବା ନିମନ୍ତେ ସେ ଆହ୍ନନ ଦେଇଥିଲେ । ଗଂଜାମ ଜିଲ୍ଲାର ସଦରମହକୁମା ହେଉଛି ଛତ୍ରପୁର ନିର୍ବାଚନ ମଣ୍ଡଳୀ ଏଠି ଦଳୀୟ ନେତା ଓ କର୍ମୀ ମାନେ ଏକାଠି ହୋଇ କାମ କରି ଦଳୀୟ ସଂଗଠନ କୁ ଅଧିକ ରୁ ଅଧିକ ମଜବୁତ କରିବା ନିମନ୍ତେ ସେ କହିଥିଲେ । ମୋଦି ସରକାରଙ୍କ ବିଭିନ୍ନ ଜନହିତକାରୀ ଯେଜନା ଗୁଡିକ ସମ୍ପର୍କରେ ଲୋକମାନେ ସଠିକ ଭାବେ ଜାଣିପାରୁନାହାଁନ୍ତି । ତାହାକୁ ସଠିକ ଭାବେ ବୁଥ ଓ ମଣ୍ଡଳ ଏବଂ ଜିଲ୍ଲାସ୍ତରରେ ପହଞ୍ଚାଇ ବା ନିମନ୍ତେ ସେ ଅଧିକ ଗୁରୁତ୍ୱ ଦେବାକୁ ଦଳୀୟ କର୍ମକର୍ତ୍ତ । ମାନଙ୍କୁ ଛତ୍ରପୁର ମା ରାମାୟାଣାମ୍ମା ଠାକୁରାଣୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀରେ କେନ୍ଦ୍ର ରେଳ ଓ ବୟନଶୀଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରର୍ଦୋଶ ଯୋଗଦେଇ କହିଥଲେ ।
ଜିଲ୍ଲା ଲିଗାଲସେଲର ଆବାହକ ପ୍ରଦୀପ କୁମାର ପାଢୀ ପୈାରହିତ୍ୟ କରିଥିବା ବେଳେ ଭାରତୀୟ ଜନତା ପାର୍ଟିର ଗଂଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା , ଭାରତୀୟ ଜନତା ପାର୍ଟୀ ଅନୁସୂଚିତଜାତି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଗଂଜାମ ଜିଲ୍ଲା ପ୍ରଭାରୀ ଅଶୋକ ମିଶ୍ର, ବ୍ରହ୍ମପୁର ଲୋକସଭା ମଣ୍ଡଳୀ ସଂଯୋଜକ ସରୋଜ ସାବତ , ବିସ୍ତାରକ ରାମଚନ୍ଦ୍ର ନାୟକ , ମହିଳା ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦିକା ବବିତା ପାତ୍ର , କୋପରେଟର ରଂଜିତା ପଟ୍ଟନାୟକ , ଛତ୍ରପୁର ନିର୍ବାଚନ ମଣ୍ଡଳୀର ପ୍ରଭାରୀ ଡାକ୍ତର ସୁବାସ ସାହୁ, ସଂଯୋଜକ ବସନ୍ତ କୁମାର ବେହେରା, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସମ୍ପାଦକ ଭୀମସେନ ବେହେରା ଓ ଲକ୍ଷ୍ମୀ ନାରାୟଣ ପଣ୍ଡା, ଜିଲ୍ଲା ଉପସଭାନେତ୍ରୀ ରଶ୍ମିରାଣୀ ମହାପାତ୍ର, ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ଡି.ସୁରେଶ ରେଡ୍ଡୀ, କାର୍ଯ୍ୟକାରୀ ସଭ୍ୟ କେ.ରଘୁନାଥ ରେଡ୍ଡୀ, ଛତ୍ରପୁର ମଣ୍ଡଳ ସଭାପତି ସଂଜୀତ କୁମାର ରାଉଳ,କଣମଣା ମଣ୍ଡଳ ସଭାପତି ଏନ.ଦୀନବନ୍ଧୁ ଙ୍କ ସମେତ ୮ଟି ମଣ୍ଡଳର ସଭାପତି ଏବଂ ବହୁ ଦଳିୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here