ବାଲିପଦର କଲେଜ ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା

0
152

ବୁଗୁଡା :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପରିଚାଳନା କମିଟିର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପତ୍ର ସଂଖ୍ୟା ୨୦୯୬୯/୧୭-୫-୨୩ ପ୍ରକାରେ ଖରିଡା ଗ୍ରାମର ହରିହର ବିଷୋୟୀଙ୍କୁ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ସଭାପତି ଭାବେ ମନୋନୀତ କରାଯାଇଛି। ଜୁନ ୨୬ ତାରିଖ ଦିନ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ଉପସ୍ଥିତରେ କଲେଜ ପକ୍ଷରୁ ପ୍ରିନ୍ସପାଲ ଡକ୍ଟର ବିବେକାନନ୍ଦ ପଟ୍ଟନାୟକଙ୍କ ଦ୍ଵାରା ସଭାପତି ଶ୍ରୀ ବିଷୋୟୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭାପତି ଶ୍ରୀ ବିଷୋୟୀ କଲେଜର ବିଭିନ୍ନ ସମସ୍ୟା ବିଷୟରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ଆଲୋଚନା ବିଧାୟକଙ୍କ ପରାମର୍ଶ ଓ ସହଯୋଗରେ ସମାଧାନ କରିବି ବୋଲି ପ୍ରକାଶ କରିଥିଲେ। କଲେଜରେ ଶୈକ୍ଷିକ ପରିବେଶରେ ଉନ୍ନତି ଆଣିବା ପାଇଁ ଆନ୍ତରିକ ଉଦ୍ୟମ କରିବାକୁ ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here