ଭିଜିଲାନ୍ସ ଜାଲରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ

0
278

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ଦିନ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଜଣାପଡିଛି । ଖବରନୁଯାୟୀ , ରବିବାର ବିଳମ୍ବିତ ରାତିରେ ନିଜ ଗାଡ଼ି ଯୋଗେ ବ୍ରହ୍ମପୁର ଆସୁଥିବା ବେଳେ ଗଣିଆନାଳ ଛକ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଘେରିବା ସହ ଗାଡ଼ିରେ ନଗଦ ଦେଢ଼ ଲକ୍ଷ ଟଙ୍କା ରହିଥିବା ଜାଣିପାରିଲେ । ଏହାପରେ ଅଧିକାରୀ ଜଣକ ଏହି ଟଙ୍କାର ସଠିକତା ନଦେବା ଫଳରେ ଉକ୍ତ ଟଙ୍କାକୁ ଜବତ କରିଥିଲେ । ଏହାପରେ ବ୍ରହ୍ମପୁରର ୬ ଜଣିଆ ଭିଜିଲାନ୍ସ ଟିମ୍ ଏକକାଳୀନ ଭିତରେ ରାତି ତମାମ ତଦନ୍ତ କରିବା ସହ ୩ ଟି ସ୍ଥାନ ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନ ସମେତ ବ୍ରହ୍ମପୁର ତୁଳସୀନଗର ୭ ନମ୍ବର ଲାଇନରେ ରହୁଥିବା ବାସଭବନରେ ଚଢ଼ାଉ କରିଥିଲେ । ତେବେ ସ୍ଥାବର ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଚାଲିଛି ବ୍ରହ୍ମପୁର ଘରୁ ସାଢେ ୩ ଲକ୍ଷ ଟଙ୍କା ସମେତ ସୁନା ୨୩୪ ଗ୍ରାମ ମିଳିଥିବା ସୂଚନା ମିଳିପାରିଥିଲା । ଏପଟେ ଖବର ଲେଖିବା ପର୍ଯ୍ୟନ୍ତ ଅନ୍ୟ କୌଣସି ତଥ୍ୟ ମିଳିପାରିନଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here