ଜିଲ୍ଲାପାଳଙ୍କ ଧରାକୋଟ ବ୍ଲକ୍ ଗସ୍ତ ଓ ଉନ୍ନୟନ କାର୍ଯ୍ୟ ସମୀକ୍ଷା

0
161

ଛତ୍ରପୁର: ଧରାକୋଟ ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି କିଭଳି ହେବ ସେହି ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କସହ ଆଲୋଚନା କରି ଏହାର ସଫଳ ରୂପାୟନ ଦିଗରେ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଶୁକ୍ରବାର ଦିନ ଜିଲ୍ଲାପାଳ ଶ୍ରୀ ପରିଡା ଧରାକୋଟ ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ବ୍ଲକ୍ ରେ ଆନିମିୟା ରୋଗର ନିରାକରଣ ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ନୀରିକ୍ଷଣ ଯୋଜନାରେ ବିନା ମୂଲ୍ୟରେ କିଭଳି ଅଲଟ୍ରାସାଉଣ୍ଡ କରାଇବା ସକାଶେ ସଚେତନ କାର୍ଯ୍ୟକୁ ବ୍ୟାପକ କରିବାକୁ କହିଥିଲେ । “ମୋ ଘର“ ଯୋଜନାରେ ଇଛୁକ ବ୍ୟକ୍ତି କିଭଳି ଗୃହ ନିର୍ମାଣ କରିପାରିବେ ସେହି କାର୍ଯ୍ୟକୁ ତ୍ବରାନ୍ବୀତ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷକଗଣ କିଭଳି କାର୍ଯ୍ୟ କରି ଲାଭବାନ୍ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ବ୍ଲକ୍ ର ଅନେକ ଗ୍ରାମ ଅଛି ଯେଉଁଠିକୁ ଯିବା ଆସିବା ସକାଶେ ରାସ୍ତା ନାହିଁ ସେ ଗ୍ରାମକୁ କିଭଳି ରାସ୍ତା ନିର୍ମାଣ ହେବ ସେହି ଦିଗରେ ପଦକ୍ଷେପ ଗ୍ରହଣ କରିବା ସକାଶେ ସଂପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ଗ୍ରାମ ଗୁଡିକୁ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । LACCMI ଯୋଜନାରେ ଗ୍ରାମାଞ୍ଚଳକୁ ବସ୍ ର କାର୍ଯ୍ୟକାରିତା ଓ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ସକାଶେ ପଦକ୍ଷେପ ଗ୍ରହଣ କରିବା ନେଇ ସୁବିସ୍ତୃତ ଆଲୋଚନା କରିଥିଲେ । ଧରାକୋଟ ବ୍ଲକ୍ ର ସାବା ପଞ୍ଚାୟତର ଘୋଡାଆମ୍ବ, ରୁଗୁମୁ ପଞ୍ଚାୟତର କୋଳିଗୁମ୍ମା, ବାହାରପୁର ପଞ୍ଚାୟତର ଖଜୁରୀପଦା ଗ୍ରାମରେ ଜଳସ୍ତର କମିଯାଉଥିବାରୁ ସେହି ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଜଳ ସମସ୍ୟା ଦୂର କରିବା ସକାଶେ ପଦକ୍ଷେପ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଯେପରି ଗୋଟିଏ ଲେଖାଏଁ ମଡେଲ ଟ୍ୟାଙ୍କ, ଗ୍ରାମ୍ୟପାର୍କ ଏବଂ ଖେଳ ପଡିଆ କିଭଳି ନିର୍ମାଣ ହେବ ସେହି ଦିଗରେ ଆଲୋଚନା କରିଥିଲେ । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ବିଦ୍ୟୁତ କରଣ, ଚିକିତ୍ସାଳୟ ଗୁଡିକରେ ଡାକ୍ତର ଏବଂ ଷ୍ଟାଫ୍ ମୁତୟନ ଇତ୍ୟାଦି ଅନ୍ୟାନ୍ୟ ବିଷୟ ନେଇ ଲୋକ ପ୍ରତିନିଧି ଓ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ , ଧରାକୋଟ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଉପାଧ୍ୟକ୍ଷ ମନୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଟୁକୁନା ଗୌଡ, ପ୍ରତାପ ସ୍ବାଇଁ , ତହସିଲଦାର କବିରାଜ ପ୍ରଧାନ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀନେଶ ବେହେରା , ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ବାଇଁ , ବ୍ଲକ୍ ସହକାରୀ ଯନ୍ତ୍ରୀ ଶାରଦା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here