ବଜ୍ରପାତରେ ଚାଲିଗଲା ୫ ଗାଈର ଜୀବନ

0
516

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ଆକାଶରେ ବିଜୁଳି ଓ ଘଡଘଡି ମାରିଥିଲା । ଯାହାଫଳରେ ପୋଡାମାରି ପଞ୍ଚାୟତର ମାର୍ଥାପୁର ରୋଡରେ ଏହି ବଜ୍ରପାତ ମାଡ଼ରେ ଗ୍ରାମର ରିଙ୍ଗା ଗୌଡ଼ଙ୍କ ପାଞ୍ଚୋଟି ଗାଈ ବାଛୁରୀ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆଜି ମଧ୍ୟ ଭଞ୍ଜ ସାହିର ରିଙ୍ଗା ଓ ତାଙ୍କ ପୁଅ ବଇଁଶୀ ଗୌଡ଼ ମିଶି ଗାଈ ଚରାଇବା ପାଇଁ ନିକଟସ୍ଥ ଖୋଲା ପଡିଆକୁ ଯାଇଥିଲେ । ତେବେ ଏହି ସମୟରେ ଆକାଶରେ କଳା ମେଘ ଘୋଟି ଆସିବା ସହ ବର୍ଷା ସାଙ୍ଗକୁ ଚଡଚଡି ମାରିଥିଲା । ଯାହାଫଳରେ ସେଠାରେ ଚରୁଥିବା ରିଙ୍ଗାଙ୍କ ଗାଇ ସମେତ ବାଛୁରୀର ମୃତ୍ୟୁ ହୋଇଥିଲା । ଖବରପାଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଆଦିତ୍ୟ ସେନାପତି ଓ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here