ନବ ନିର୍ବାଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ଯମୁନାଙ୍କ କାର୍ଯ୍ୟଭାର ଗ୍ରହଣ

0
147

ଦିଗପହଣ୍ଡି – ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବୁଧବାର ଦିନ ନବ ନିର୍ବାଚିତ ବ୍ଳକ ଅଧ୍ୟକ୍ଷା ଯମୁନା ନାୟକ ନିଜ କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାପଡିଛି । ଖବରନୁଯାୟୀ , ଗତ ଜୁନ୍ ୧୧ ତାରିଖରେ ଦିଗପହଣ୍ଡି ବ୍ଳକ ଦାୟିତ୍ଵରେ ପୂର୍ବତନ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ସ୍ବାସ୍ଥ୍ୟଗତ କାରଣରୁ ଦେହାନ୍ତ ହୋଇଥିଲା । ଏହାପରେ ଦୀର୍ଘଦିନ ଧରି ଉକ୍ତ ପଦବୀ ଖାଲି ରହିଥିବା ବେଳେ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ଏହି ଦାୟିତ୍ବ ତୁଲାଇ ଆସୁଥିଲେ । ପରବର୍ତ୍ତୀ ସମୟରେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଆସନ ପାଇଁ ଦୁଇ ବିଜେଡି ଗୋଷ୍ଠୀ ବିପିନ ଚନ୍ଦ୍ର ପ୍ରଧାନ ଓ ବିଧାୟକଙ୍କ ପୁଅ ବିପ୍ଳବ ପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଯାହାକୁ ନେଇ ଗତ ଅଗଷ୍ଟ ୩୧ ତାରିଖରେ ଏହି ଉପ ନିର୍ବାଚନ ଆଇନ ଶୃଙ୍ଖଳା ଏବଂ ସମିତି ସଭ୍ୟ ନିଖୋଜ ଦର୍ଶାଇ ନିର୍ବାଚନକୁ ବନ୍ଦ କରାଯାଇଥିଲା । ତେବେ ବିପିନ ସମର୍ଥନରେ ରହିଥିବା ୧୪ ଜଣ ସମିତି ସଭ୍ୟଙ୍କ ଜିଦ୍ ଆଗରେ ବିପ୍ଳବ ସମର୍ଥକ ମାନେ ହାର ମାନି ନିର୍ବାଚନକୁ ଆସିନଥିଲେ । ଯାହାଫଳରେ ବିପିନ ସେନାର ବାଜିମାତ ହୋଇଥିବା ବେଳେ ବମକୋଇ ସମିତି ସଭ୍ୟା ଯମୁନା ନାୟକ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ଦିନ ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲ୍ଲା ପରିଷଦ ଶ୍ରୀ ପ୍ରଧାନଙ୍କ ନେତୃତ୍ୱ ଏବଂ ହଜାର ହଜାର ଲୋକ ସମର୍ଥନରେ ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ନାୟକ ନିଜର ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟାଳୟରେ ଅନୁଷ୍ଠିତ ପୂଜା କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ନିଜ ଆସନ ଗ୍ରହଣ କରିଥିଲେ । ଏହି ଅବସରରେ ବ୍ଳକରେ ଥିବା ସମସ୍ତ ପଞ୍ଚାୟତର ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ହିତାଧିକାରୀ ମାନେ ଯେପରି ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରୁ ଯେପରି ବଞ୍ଚିତ ନ ରହିବେ ସେଥିପ୍ରତି ଗୁରୁତ୍ଵାରୋପ ଦିଆଯିବ ବୋଲି କହିଥିଲେ । ଏହାପରେ ଦିଗପହଣ୍ଡି ବିଡ଼ିଓ ଡ . ଚିତ୍ତରଞ୍ଜନ ଦାସ ସମେତ ସମସ୍ତ ବ୍ଳକ କର୍ମକର୍ତ୍ତା ଅଧ୍ଯକ୍ଷା କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ଅଧ୍ୟକ୍ଷାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ର , ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ସରପଞ୍ଚ ବିଜୟ ପ୍ରଧାନ , ଲିଙ୍ଗରାଜ ଦୋରା , ସୀତାରାମ ସେଠୀ , ତପନ ପ୍ରଧାନ , ଗୀତାଞ୍ଜଳୀ ବେହେରା , ପ୍ରତିନିଧି ସିମାଞ୍ଚଳ ଗୈାଡ , ପ୍ରଦୀପ ସେଠୀ , ଦେବହରି ଗୌଡ଼ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , ଅସିତ ସାହୁ , ପୂର୍ବତନ ବ୍ଳକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ ପ୍ରମୁଖ କର୍ମୀ ଉପସ୍ଥିତ ଥିଲେ । ତେବେ ଗୋଟିଏ ପଟେ ଅଧ୍ଯକ୍ଷାଙ୍କ ଦାୟିତ୍ଵ ଗ୍ରହଣ ସମୟରେ ହଜାରରୁ ଉର୍ଦ୍ଧ୍ଵ ଲୋକ ଉପସ୍ଥିତ ରହିଥିବା ବେଳେ ବିଜେଡିର ଗୋଷ୍ଠୀ କନ୍ଦଳ ଯୋଗୁଁ ଫାସିଗୁଡା ଗ୍ରାମରେ ବୁଧବାର ଆୟୋଜିତ ହୋଇଥିବା ଜନସମ୍ପର୍କ ପଦଯାତ୍ରାରେ ଫାସିଗୁଡା , ଭୀଷ୍ମଗିରି , ସହଦେବ. ଟିକରପଡା ଏବଂ ଖମ୍ବାରୀ ଗାଁ ପଞ୍ଚାୟତରୁ ମାତ୍ର ୧୨୦ ରୁ ୧୫୦ ମଧ୍ୟରେ ରହିଥିବା ଯାହାକି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here