ବାଲିପଦରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

0
220

ବୁଗୁଡା :ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଯୋଗ କେନ୍ଦ୍ରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବାଲିପଦର ସରକାରୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଯୋଗ ପ୍ରଶିକ୍ଷିକା ତାପଶୀ ରାଉତ, ଫାର୍ମାସିଷ୍ଟ ପ୍ରମୋଦ କୁମାର ପାଢ଼ୀ ଓ ଯୋଗ କେନ୍ଦ୍ରର ପ୍ରଶିକ୍ଷକ ରଘୁନାଥ ମହାରଣା ଅତିଥି ଭାବେ ଯୋଗଦେଇଥିଲେ। ଯୋଗ କେନ୍ଦ୍ରର ବରିଷ୍ଠ ସଦସ୍ୟ ରାମହରି ମହାନ୍ତି, ଇଂ. ବିପ୍ର ଚରଣ ପାତ୍ର ଓ ଦ୍ଵିତୀ କୃଷ୍ଣ ବିଶ୍ଵାଳ ତିନିଜଣ ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଅତିଥି ବୃନ୍ଦ ଆନ୍ତର୍ଜାତିକ ଯୋଗ ଦିବସର ମହତ୍ତ୍ଵ ଓ ତାତ୍ପର୍ଯ୍ୟ, ଯୋଗର ଆବଶ୍ୟକତା, ଯୋଗ ସହ ସ୍ୱାସ୍ଥ୍ୟର ସମ୍ପର୍କ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଯୋଗ କାର୍ଯ୍ୟକ୍ରମକୁ ଯୋଗ କେନ୍ଦ୍ରର ସକ୍ରିୟ ସଦସ୍ୟ ରାଜେନ୍ଦ୍ର କୁମାର ମହାରଣା ସଂଯୋଜନା କରିଥିଲେ। ଯୋଗ ପ୍ରଶିକ୍ଷିକା ତାପଶି ରାଉତ ଯୋଗର ବିଭିନ୍ନ ଯୋଗ, ଆସନ ଓ ପ୍ରାଣାୟାମ ଗୁଡ଼ିକୁ ଯୋଗ କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ଗହଣରେ ନିଜେ ପ୍ରଦର୍ଶନ କରି ସମସ୍ତଙ୍କୁ ଶିକ୍ଷାଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here