ପୋଖରୀରେ ବୁଡ଼ି ଯୁବକ ମୃତ

0
182

ଛତ୍ରପୁର: ଗତକାଲି ଅର୍ଥାତ୍ ୧୬ ତାରିଖ ସନ୍ଧ୍ୟା ୬ ଘଣ୍ଟ ସମୟରେ ଅଗସ୍ତିନୁଆଗାଁ ଗ୍ରାମ୍ୟ ବଡ ବନ୍ଧ ପରିସରରେ ଗ୍ରାମର କପିଳ ନାହାକ (୩୬ ବର୍ଷ) ଗାଧୋଉଥିବା ବେଳେ ହଠାତ୍ ବୁଡି ଯାଇଥିଲେ l କିଛି ସମୟ ପରେ ଗ୍ରାମର କିଛି ଲୋକ ବନ୍ଧରେ ଖୋଜାଖୋଜି କଲା ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ l କିନ୍ତୁ ପରବର୍ତୀ ସମୟରେ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ l ବ୍ରହ୍ମପୁର ମେଡ଼ିକାଲ ଆଶୁ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ ଅବସ୍ଥା ଆହୁରି ବିଗିଡିବାରୁ ତାଙ୍କୁ ଆଇସିୟୁ ର ୧୦ ନମ୍ବର ୱାର୍ଡ ରେ ଚିକିତ୍ସା ଚାଲୁ ରହିଥିଲା l କିନ୍ତୁ ଆଜି ସକାଳ ୯.୩୦ ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କପିଳ ଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯାଇଥିଲା l ଗ୍ରାମରେ ଶୋକାକୁଳ ପରିବେଶ ସହ କାନ୍ଦବୋବାଳି ଫାଟି ପଡ଼ିଥିଲା l ସେ ଜଣେ ମେଳାପି ଓ ପରୋପକାରୀ ଥିଲେ l ନିଜ ଗ୍ରାମ ଋଷିକୂଲ୍ୟା ତଟରେ ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା l

LEAVE A REPLY

Please enter your comment!
Please enter your name here