ସ୍ମୃତିଚାରଣ ଉଦ୍ଦେଶ୍ୟରେ ଶୋକସଭା ପାଳନ କଲେ ସହଦେବ . ଟିକରପଡା ପଞ୍ଚାୟତ

0
180

ଗଞ୍ଜାମ:ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ମୃତ୍ୟୁ ଆଜକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ତାଙ୍କରି ସେହି ସ୍ନେହଭରା କଥାବାର୍ତ୍ତା , ମିଠାଳିଆ ହସ ଆଜି ମଧ୍ୟ ପାଶୋରି ପାରୁନାହାନ୍ତି ବ୍ଳକ ବାସୀ । ଏହି ଅବସରରେ ଶନିବାର ଦିନ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ବ୍ଳକ ଅଧିନସ୍ଥ ସହଦେବ . ଟିକରପଡା ପଞ୍ଚାୟତ ପକ୍ଷରୁ ଏକ ଶୋକସଭା ପାଳିତ ହୋଇଥିଲା । ସ୍ଥାନୀୟ ନାଏବ ସରପଞ୍ଚ ବାବୁ ସାହୁଙ୍କ ସଂଯୋଜନାରେ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକ , ସମିତି ସଭ୍ୟା ଶୈଳ ବେହେରା , ପୂର୍ବତନ ସରପଞ୍ଚ ବାୟା ଗୈାଡ , ସମିତି ସଭ୍ୟ ପ୍ରତିନିଧି ସମୀର ଦଳବେହେରା , ସମାଜସେବୀ ମନୋଜ ପଟ୍ଟନାୟକ , ସନ୍ତୋଷ ଜାନୀ , ୱାର୍ଡ ସଭ୍ୟ କ୍ଷେତ୍ରବାସୀ ଦଳବେହେରା , ରବି ସାହୁ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସ୍ବର୍ଗତ ଶ୍ରୀମତୀ ସେଠୀଙ୍କ ଅଭୁଲା ସ୍ମୃତିକୁ ମନେ ପକାଇ ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକାକୁଳ ପରିବାରକୁ ସହାୟ ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here