ଇଣ୍ଡିଆନ ବାସ୍ତୁ ଏକାଡେମୀ ତରଫରୁ ସୁମଣ୍ଡଳ ଗ୍ରାମର ବଳରାମ ଙ୍କୁ ସ୍ଵର୍ଣ୍ଣ ପଦକ

0
359

ବେଗୁନିଆପଡ଼ା: ଇଣ୍ଡିଆନ୍ ବାସ୍ତୁ ଏକାଡେମୀ ପକ୍ଷରୁ ଭୁବନେଶ୍ଵର ଠାରେ ଆୟୋଜିତ ହୋଇଥିବା ୧୬ ତମ ବାର୍ଷିକ ଉତ୍ସବରେ ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ବାସ୍ତୁ ଶାସ୍ତ୍ରୀ ବଳରାମ ମହାରଣାଙ୍କୁ ସ୍ଵର୍ଣ୍ଣ ପଦକ ମିଳିଛି। ଭୁବନେଶ୍ଵର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ମେୟର ସୁଲୋଚନା ଦାଶ, ଓଡ଼ିଶା ବିଧାନସଭା ସଚିବ ଦାଶରଥି ଶତପଥୀ, ପୁର୍ବତନ ଭାଇସ୍ ଚାନ୍ସେଲର ହରିହର ହୋତା, ସଂସ୍କୃତି ବିଭାଗ ଅତିରିକ୍ତ ସଚିବ ମଧୂସୁଦନ ଦାଶ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ସଂଯୁକ୍ତା ବେହେରା, ଷ୍ଟିଲ ଓ ମାଇନ୍ସ ର ପୂର୍ବତନ ଯୁଗ୍ମ ସଚିବ ସତ୍ୟାନନ୍ଦ ଜେନା, ଇଣ୍ଡିଆନ ବାସ୍ତୁ ଏକାଡେମୀ ର ଅଧକ୍ଷ ତପନ କୁମାର ବରାଳ, ତପସ୍ଵିନୀ ମିଶ୍ର, ପରିଚାଳନା ନିର୍ଦ୍ଦେଶକ ପଣ୍ଡିତ ଡଃ ସୁଧାକର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଉପଢୋକନ ଓ ମାନପତ୍ର ପ୍ରଦାନ କରିଥଲେ। ବଳରାମଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

LEAVE A REPLY

Please enter your comment!
Please enter your name here