ପାନୀୟଜଳ ପାଇଁ ହାହାକାର ପାଟପୁର ଗ୍ରାମବାସୀ : ହାଣ୍ଡି ମାଠିଆ ରାଜରାସ୍ତାରେ ଆନ୍ଦୋଳନ

0
372

ଗଞ୍ଜାମ:ପେଟର ଶୋଷ ମେଣ୍ଟାଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଦୀର୍ଘଦିନ ଧରି ହାହାକାର ହୋଇ ଆସୁଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକର ପାଟପୁର ଗ୍ରାମବାସୀ । ଯାହାଫଳରେ ମଙ୍ଗଳବାର ଦିନ ଗ୍ରାମର ଶତାଧିକ ମହିଳା ହାଣ୍ଡି ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇବା ସହ ୨ ଘଣ୍ଟା ଧରି ଦିଗପହଣ୍ଡି – ଆସିକା ରାସ୍ତା ଅବରୋଧ କରି ଆନ୍ଦୋଳନ କରିଥିଲେ । ଖବରନୁଯାୟୀ , ରାଜ୍ୟ ସରକାର ଜନସାଧାରଣଙ୍କ ନିମନ୍ତେ ପାନୀୟଜଳର ଅଭାବ ଓ କଷ୍ଟକୁ ଦୂରୀକରଣ ନିମନ୍ତେ ବସୁଧା ଯୋଜନା କିମ୍ବା ପାନୀୟ ଜଳଯୋଗାଣ ବ୍ୟବସ୍ଥା ମାଧ୍ୟମରେ କୋଟି କୋଟି ଖର୍ଚ୍ଚ କରି ଆସୁଛନ୍ତି । ବର୍ତ୍ତମାନ ମେଗା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ପାଇପ ଯୋଗେ ଘରକୁ ଘର ପାନୀୟ ଜଳ ପାଇବାର ବନ୍ଦୋବସ୍ତ କରିଥିଲେ ମଧ୍ୟ ଆଜି ମଧ୍ୟ ଏଠାରେ ଲୋକମାନଙ୍କ ସୁବିଧା ନିମନ୍ତେ କୌଣସି ପ୍ରକାର ପାନୀୟ ଜଳର ସୁବିଧା ହୋଇପାରିନାହିଁ । ଏଠାକାର ଲୋକମାନେ ନଳକୂପ ପାଣି ଉପରେ ଭରଷା କରି ଚଳି ଆସୁଛନ୍ତି । ଯାହାକି ଅତ୍ୟନ୍ତ ଖାରିଆ । ବିଶେଷକରି ଗ୍ରୀଷ୍ମପ୍ରବାହ ଯୋଗୁଁ ଗ୍ରାମ ମାନଙ୍କରେ ରହିଥିବା ପୋଖରୀ , କୂପ ଓ ନଳକୂପ ଗୁଡ଼ିକର ଭୂତଳ ଜଳ ଶୁଖିବା ଫଳରେ ଜଳ ସମସ୍ୟା ଦେଖାଯାଉଥିବା ଜଣାପଡିଛି । ଏଭଳି ସ୍ଥିତିରେ ଗ୍ରାମରେ ବସୁଧା ଯୋଜନା ମାଧ୍ୟମରେ ପାଣି ଟ୍ୟାଙ୍କ ରହିିିଥିଲେ ମଧ୍ୟ ପାଣି ଆସୁନଥିବା ଦେଖିବାକୁ ମିଳିଛି । ଏନେଇ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଜନ ସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଖବରପାଇ ପାଟପୁର ଥାନା ପୋଲିସ ଓ ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ବରାଡ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଆଗାମୀ ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here