ପରିଣତ ବୟସରେ ଉଦୟଙ୍କ ଖବରକାଗଜ ପଢିବା ନିଆରା ରୁଚି

0
178

ବ୍ରହ୍ମପୁର : ବୟସ ୮୦ ଟପିଲାଣି । ଶିକ୍ଷାଗତ ଯୋଗ୍ୟତା ୫ମ । ଆଖିକୁ ଭଲରେ ଦେଖାଯାଉନି । ତଥାପି ଖବର କାଗଜ ପଢ଼ିବାର ନିଶା ଜାରି ରହିଛି । ଦୈନଦିନ କାମରୁ ଫୁରୁସତ୍ ପାଇଲେ ଖବର କାଗଜ ପଢ଼ିବାରେ ଲାଗି ପଡନ୍ତି । ଏ ହେଉଛନ୍ତି ଉଦୟ ନାଥ ଦାସ (ଉଦୟ ) । ଘର ତାଙ୍କର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ର ବାଣିଆବାଡ଼ି ଗ୍ରାମରେ ।ଓଡ଼ିଆ ଖବର କାଗଜ ର ସବୁ ପୃଷ୍ଠା କୁ ଟିକିନିକି ଭାବରେ ପଢନ୍ତି ସେ । ଆଜିକାର ଅଧିକାଂଶ ଯୁବ ପିଢି ମାନେ ଖବରକାଗଜ ପଢିବାରୁ ବିଚ୍ୟୁତ ହେଉଥିବା ବେଳେ ଉଦୟ ଙ୍କ ଏହି ନିଆରା ରୁଚି ସାଧାରଣ ରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି । ଏ ନେଇ ଆମ ପ୍ରତିନିଧି ଉଦୟ ଙ୍କ ସହ ଆଲୋଚନା କରିଥିବା ବେଳେ ସେ ପ୍ରକାଶ କରିଛନ୍ତି ଯେ ଖବର କାଗଜ ଟିକିନିକି ପଢିବା ଦ୍ୱାରା ଦେଶବିଦେଶର ଖବର ସବୁ ଜାଣି ହୋଇ ପାରୁଛି ।

LEAVE A REPLY

Please enter your comment!
Please enter your name here