ଗୋପାଳ ସମାଜ ତିନି ତାଲୁକାର ନୂତନ କର୍ମକର୍ତ୍ତା ଚୟନ : ସଭାପତି ହେଲେ ମନୋରଞ୍ଜନ

0
186

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋପାଳ ସମାଜ ତିନି ତାଲୁକାର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ କରାଯାଇଥିବା ବେଳେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ଖବରନୁଯାୟୀ , ଦିଗପହଣ୍ଡି ଗୋପାଳ ସମାଜ ଗୃହ ଠାରେ ଗତ ତିନିଦିନ ଧରି ଚାଲିଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ସମ୍ମିଳନୀ ଓ ମହାସଭା ରବିବାର ଦିନ ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଥିଲା । ମହାସଭା ସଭାପତି ଶ୍ରୀ ଗୈାଡଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସମାଜ ତରଫରୁ ଜିଲ୍ଲା ତଥା ଆଖପାଖ ଅଞ୍ଚଳର ନିମନ୍ତ୍ରଣ ଅତିଥି ସମେତ ଶିକ୍ଷା କ୍ଷେତ୍ରରେ ଅଗ୍ରାଧିକାର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିସହ ସମାଜରେ ରହିଥିବା ପାରିବାରିକ ବିବାଦ ତଥା ମୌଳିକ ସମସ୍ୟାର ସମାଧାନ ମଧ୍ୟ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ବିଚାର କରାଯାଇଥିଲା । ଉଦଯାପନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସମାଜସେବୀ ଏ . ସନ୍ତୋଷ ପାତ୍ର , ବିଜେପି କର୍ମକର୍ତ୍ତା ଚିନ୍ମୟାନନ୍ଦ ମହନ୍ତ ସମେତ ଦିଗପହଣ୍ଡି ବ୍ଳକର ସମସ୍ତ ସରପଞ୍ଚ ମାନେ ଯୋଗ ଦେଇଥିଲେ । ଏପରିକି ଆଜି ଶେଷ ଦିନରେ ସମାଜ ପକ୍ଷରୁ ନଗର ପରିକ୍ରମା କରାଯିବା ପରେ ସମାଜର ବିକାଶ ଦୃଷ୍ଟିରୁ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ଗୈାଡଙ୍କୁ ତିନି ତାଲୁକା ଓ ବଡଖେମୁଣ୍ଡି ‘କ’ ର ସଭାପତି , ଉପସଭାପତି ଗଣେଶ ମହାଙ୍କୁଡ , ସଂପାଦକ ରବିଚନ୍ଦ୍ର ଗୈାଡ , ସହ ସଂପାଦକ ମୃତ୍ୟୁଞ୍ଜୟ ଗୈାଡ , କୋଷାଧ୍ୟକ୍ଷ ନୀଳମାଧବ ଗୈାଡଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ସାନଖେମୁଣ୍ଡି ତାଲୁକାର ସଭାପତି ଗଣେଶ ଗୈାଡ , ଉପସଭାପତି ପିତାମ୍ବର ଗୈାଡ , ସଂପାଦକ ଆଦିକନ୍ଦ ଗୈାଡ , ସହ ସଂପାଦକ ରବି ଗୈାଡ , କୋଷାଧ୍ୟକ୍ଷ ବୁଲୁ ଗୈାଡ , ଚିକିଟି ତାଲୁକାର ସଭାପତି କୃଷ୍ଣ ଗୈାଡ , ସାନଖେମୁଣ୍ଡି ତାଲୁକାର ଉପଦେଷ୍ଟା ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୈାଡ ଏବଂ ବଡଖେମୁଣ୍ଡି ‘କ’ ତାଲୁକାର ଉପଦେଷ୍ଟା ମଣ୍ଡଳୀ ଭାବେ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ ଓ ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡଙ୍କୁ ମନୋନୀତ କରାଯାଇଥିଲା । ଆଜି ଶେଷ ଦିନରେ ୧୫ ହଜାରରୁ ଉର୍ଦ୍ଧ୍ବ ସମାଜର ଲୋକଙ୍କ ମଧ୍ୟରେ ସମାଗମ ହୋଇଥିବା ବେଳେ ନୂତନ ସଭାପତି ଶ୍ରୀ ଗୈାଡ ତିନି ଧରି ଅହରହ ସହଯୋଗ କରି ଆସିଥିବା ପରିଚାଳନା କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ରଘୁନାଥ ମହାଙ୍କୁଡ , ଲକ୍ଷ୍ମଣ ଗୈାଡ , ରାମହରି ଗୈାଡ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରୀ ଗୈାଡ , ନିମଖଣ୍ଡିପେଣ୍ଠ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ , ପୂର୍ବତନ ସରପଞ୍ଚ ବାୟା ଗୈାଡ , ଦିଗପହଣ୍ଡି ପ୍ରମୁଖ ମହାସଭା ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here