ପୋଲସରା ବ୍ଲକରେ ୬୭ ପ୍ରତିଶତରୁ ଉର୍ଦ୍ଧ୍ବ ମତଦାନ

0
252

ପୋଲସରା : ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ରେ ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଫେବୃଆରୀ ୧୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନରେ ପୋଲସରା ବ୍ଲକରେ ଶାନ୍ତି ଶୃଙ୍ଖଳା ସହ ୬୭.୦୬ ପ୍ରତିଶତ ମତଦାନ ହୋଇଛି। ପୋଲସରା ବ୍ଲକର ୨୬ ଗୋଟି ପଞ୍ଚାୟତରେ ୧୨୦ କେନ୍ଦ୍ରର ୩୩୯ ବୁଥ୍ ରେ ୩ ଜଣ ଜିଲ୍ଲା ପରିଷଦ, ୨୫ ଜଣ ସମିତି ମେମ୍ବର , ୨୪ ଜଣ ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ମତଦାନ ହୋଇଥିଲା। ଜଣେ ସମିତି ସଭ୍ୟା ଓ ଦୁଇ ଜଣ ସରପଞ୍ଚ ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହୋଇଛନ୍ତି। ପୋଲସରା ବ୍ଲକର ମୋଟ ଭୋଟର ସଂଖ୍ୟା ୧,୧୩,୩୦୮ ଜଣ ଥିବା ବେଳେ ୭୫ ହଜାର ୯ ଶହରୁ ଉର୍ଦ୍ଧ୍ବ ଭୋଟର ଭୋଟ ଦେଇଥିବା ବେଳେ ୬୭.୦୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବା ଜଣାପଡିଛି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here