ଗୋପାଳ ସମାଜର ବିଭିନ୍ନ ସମସ୍ୟା ଓ ବିକାଶ ଗୁରୁତ୍ୱାରୋପ ନେଇ ମହାସଭାରେ ଆଲୋଚନା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା

0
289

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତିନି ତାଲୁକା ପରିଷଦ କାର୍ଯ୍ୟାଳୟ ଠାରେ ଗତକାଲି ଠାରୁ ବଡଖେମୁଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତାଲୁକାର ମୁଠା କର୍ମକର୍ତ୍ତାଙ୍କ ପରିଚାଳନାରେ ଶୁଭାରମ୍ଭ ହୋଇଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜର ଷଷ୍ଠ ପଞ୍ଚବାର୍ଷିକୀ ସମ୍ମିଳନୀ ଓ ମହାସଭା କାର୍ଯ୍ୟକ୍ରମ ଶୁକ୍ରବାର ଦ୍ବିତୀୟ ଦିବସରେ ପହଞ୍ଚିଛି । ଏହି ଅବସରରେ ଆଜି ଗୋପାଳ ତଥା ଗୈାଡ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶର ଅଗ୍ରଗତି ନେଇ ବିଶେଷ ଆଲୋଚନା ହେବା ସହ ଦିଗପହଣ୍ଡି ବ୍ଳକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମାଜ ତରଫରୁ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ପୂର୍ବାହ୍ନରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ସମେତ ବିଶିଷ୍ଟ ଶିଳ୍ପପତି ତଥା ରାଜନେତା ଚନ୍ଦ୍ରଶେଖର ନାଇଡୁ , ନିଖିଳ ଭାରତ ଯୁବ ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବେହେରା , ଉପଖଣ୍ଡ ସ୍ତରୀୟ ବରିଷ୍ଠ ଚିକିତ୍ସକ ଡଃ . ପ୍ରଫୁଲ୍ଲ ଗୈାଡ , ଅବସରପ୍ରାପ୍ତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଗୈାଡ , ଜିଲ୍ଲା ସଭାପତି କାଳୀଚରଣ ଗୈାଡ , ଜିଲ୍ଲା ଉପଦେଷ୍ଟା ପଦ୍ମନାଭ ଗୈାଡ , ଜିଲ୍ଲା ସଂପାଦକ ପ୍ରେମାନନ୍ଦ ଗୈାଡ , ମହୁରୀ କାଳୁଆ ସଭାପତି ବାବୁଲା ଗୌଡ଼ , ଜିଲ୍ଲା ସମୀକ୍ଷକ ସରୋଜ ଚନ୍ଦ୍ର ଗୈାଡ , ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ପର୍ଶୁରାମ ଗୈାଡ , ଘୁମୁସର ତାଲୁକା ସଭାପତି ଶିବଶଙ୍କର ପ୍ରଧାନ , ଜିଲ୍ଲା କୋଷାଧ୍ୟକ୍ଷ ଗଣେଶ ମହାଙ୍କୁଡ , ପୋଲିସ ଅଧିକାରୀ ସନ୍ତୋଷ କୁମାର ଗୈାଡ ପ୍ରମୁଖ ଉପସ୍ଥିତ ରହିଥିଲେ । ପରିଶେଷରେ ମହାସଭାରେ ସମାଜର ବିଭିନ୍ନ ପରିବାରରେ ରହିଥିବା ମୌଳିକ ବିବାଦ ସମାଧାନ କରାଯିବ ସହ ୨୨ ଗୋଟି କେସର ବିବାଦକୁ ନେଇ ଯେଉଁ ଟଣାଓଟରା ଚାଲିଥିଲା ତାହାର ସମାଧାନ ମଧ୍ୟ ହୋଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଗଣମାଧ୍ୟମ ପ୍ରତିନିଧି ହରପ୍ରସାଦ ରଥ , ନୀଳମାଧବ ପରମଗୁରୁ , ରବିନ୍ଦ୍ର ଡାକୁଆ , କିରଣ କୁମାର ବେହେରା , ସଞ୍ଜୀବ ପାତ୍ର , ଶଙ୍କର ସ୍ବାଇଁ , ନାରାୟଣ ସେଠୀ ସମେତ ବହୁ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ଶେଷ ହେବ ବୋଲି ମହାସଭା ସଭାପତି ତଥା କଇଠଖଣ୍ଡି ସରପଞ୍ଚ ମନୋରଞ୍ଜନ ଗୈାଡ ସୂଚନା ପ୍ରଦାନ କରିଛନ୍ତି । ଆଜି ୮ ରୁ ୧୦ ହଜାରରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ କର୍ମକର୍ତ୍ତା ମାନେ ଏହି ମହାସଭାରେ ସମାଗମ ହୋଇଥିଲେ । ସେହିପରି ଜିଲ୍ଲା ଉପସଭାପତି ପିତାମ୍ବର ଗୈାଡ , ତିନି ତାଲୁକା ସଭାପତି ହନୁ ଗୈାଡ ସମେତ ଗଣେଶ ମହାଙ୍କୁଡ , ରଘୁନାଥ ମହାଙ୍କୁଡ , ଗଣେଶ ଗୈାଡ , ଲକ୍ଷ୍ମଣ ଗୈାଡ , ମୃତ୍ଯୁଞ୍ଜୟ ଗୈାଡ , ରାମହରି ଗୈାଡ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରୀ ଗୈାଡ , ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ଖମ୍ବାରୀ ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ନିମଖଣ୍ଡିପେଣ୍ଠ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୈାଡ , ପୂର୍ବତନ ସରପଞ୍ଚ ବାୟା ଗୈାଡ , ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ନୀଳମାଧବ ଗୈାଡ , ପଟିଗୁଡା ସରପଞ୍ଚ ସିମାଞ୍ଚଳ ଗୈାଡ, ତିନି ତାଲୁକା ସଂପାଦକ ଆଦିକନ୍ଦ ଗୈାଡ , ଚିକିଟି ସଭାପତି କୃଷ୍ଣଚନ୍ଦ୍ର ଗୈାଡ , ଭୀଷ୍ମଗିରି ମୁଠା ସଭାପତି ସନ୍ତୋଷ ଗୈାଡ ଓ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ ପ୍ରମୁଖ ମହାସଭା ପରିଚାଳନା କରିଥିବା ବେଳେ ଅନ୍ୟ ସଦସ୍ୟମାନେ ସମ୍ପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here