ଦିବ୍ୟସିଂହପୁରରେ ଭିନ୍ନ ଏକ ପରମ୍ପରା ଗୋଟିଏ ଦିନ ପରେ ଶିବ-ପାର୍ବତୀ ବିବାହ

0
182

ଛତ୍ରପୁର: ଗଂଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ପଂଚାୟତ ଅଧିନ ଦିବ୍ୟସିଂହପୁର ଗାଁରେ ଶିବ-ପାର୍ବତୀଙ୍କ ବିବାହ ଏକ ନିଆରା ଏବଂ ଭିନ୍ନ ପରମ୍ପରାରେ ଅନୁଷ୍ଠିତ ହୋଇଆସୁଛି । ସବୁଆଡେ ବୁଧବାର ରାତିରେ ଶିବ ବିବାହ ସମ୍ପନ୍ନ ହୋଇଥିବାଳେ ଗୋଟିଏ ଦିନ ପରେ ଗୁରୁବାର ଦିବ୍ୟସିଂହପୁର ଗାଁରେ ଶିବ-ପାର୍ବତୀ ବିବାହ ସମ୍ପନ୍ନ ହୋଇଥିଲା । ଏନେଇ ଗାଁ ଓ ଆଖପାଖ ଅଂଚଳ ଉତ୍ସବ ମୁଖରିତ ହୋଇଉଠିଥିଲା । ଗୁରୂୁବାର ଭୋର ଅନ୍ଧାରରେ ଶିବ-ପାର୍ବତୀ ବିବାହ ମପରେ ବିଜେ ହୋଇଥିଲେ । ଏହାପୂର୍ବରୁ କନ୍ୟା ପିତାଙ୍କ ପୁତ୍ର ସନ୍ତୋଷ କୁମାର ମିଶ୍ର ମନ୍ଦିରକୁ ଯାଇ ବିବାହ ମପକୁ ଆସିବା ପାଇଁ ଶିବଙ୍କୁ ନିମତ୍ରଂଣ କରିଥିଲେ । ବିରାଟ ପଟୁଆର ସହ ବଉଲଗାଁ ଓ ମହାନାଦପୁର ସଙ୍କୀର୍ତନ ଦଳକୁ ନେଇ ଶିବ ବିବାହ ପାଇଁ ଆସିଥିଲେ । ଦିବ୍ୟସିଂହପୁର ଗାଁର କନକ ମପରେ ବୈଦିକ ରୀତିନୀତି ଓ ପରମ୍ପରା ଅନୁସାରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏଥିରେ ବର ପିତା ଭାବେ ରାଧାଗୋବିନ୍ଦ ତ୍ରିପାଠୀ ଓ କନ୍ୟା ପିତା ଭାବେ ପିତ ବାସୁଦେବ ମିଶ୍ର ବିବାହ କାର୍ଯ୍ୟ ସମ୍ପନ୍ନ କରିଥିଲେ । ପୁରୋହିତ ର୍ପୂ ଚନ୍ଦ୍ର ଶତପଥି ଓ ପିତାମ୍ବର ଶତପଥି ଏହି ବିବାହ କାର୍ଯ୍ୟ କରିଥିଲେ । ପରେ ଗାଁରେ ଦାସକାଠିଆ ପରିବେଷଣ ହୋଇଥିଲା । ଶୁକ୍ରବାର ଗାଁ ପରିକ୍ରମା କରିବା ପରେ ଶିବ ଓ ପାର୍ବତୀ ନିଜ ନିଜ ମନ୍ଦିରକୁ ଫେରିବେ ବୋଲି ସୂଚନା ଦିଆଯାଇଛି । ପରିଚାଳନା କମିଟି ର ସଭାପତି ସୁଧାଂଶୁ ଶେଖର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର ଶତପଥି, ଗ୍ରାମ୍ୟ କମିଟି ର ଦୂର୍ଗା ଚରଣ ଶତପଥି, ଦପାଣି ଶତପଥି, ଲୋକନାଥ ତ୍ରିପାଠୀ, ସତ୍ୟବାଦୀ ଶତପଥି, ଶରତ ଚନ୍ଦ୍ର ଶତଶଥି ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here