କରୋନା ଭୂତାଣୁ ସମ୍ପର୍କିତ ସଚେତନତା ସଭା ଏବଂ ରାଲି

0
585

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁର): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆଙ୍କ ତତ୍ଵାବଧାନରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଅଛି । ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଚିନ୍ମୟ ପ୍ରଧାନ ଏବଂ ରାଇକିଆ ପ୍ରାଣୀ ଚିକିତ୍ସା ଅଧିକାରୀ ସବିର କୁମାର ପ୍ରଧାନ ଯୋଗ ଦେଇ କରୋନା ଭୁତାଣୁର ଲକ୍ଷଣ ଏବଂ ଏହାର ପ୍ରତିକାର ସମ୍ଵନ୍ଧରେ ସଚେତନତା କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷ୍ୟା ମାନିନୀ ପ୍ରଧାନ, ସମସ୍ତ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ , ସାହାରା ସ୍ଵେଛାସେବୀ ଅନୁଷ୍ଠାନ ସଂପାଦକ ସୁକାନ୍ତ ନାୟକ, ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ ଯୋଗଦେଇଥିଲେ । ପରେ ଆଶକର୍ମୀ ମାନେ ବ୍ଲକ ପରିସର ଠାରୁ ଏକ ସଚେତନତା ରାଲିରେ ବାହାରି ଚୂନପଲ୍ଲୀ ଛକ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କୁ ସଚେତନତା କରିଥିଲେ ।

LEAVE A REPLY

Please enter your comment!
Please enter your name here