ଏ. ତୋଟାପଲ୍ଲୀ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର

0
202

ଛତ୍ରପୁର,: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତ ର ଏ. ତୋଟାପଲ୍ଲୀ ଗ୍ରାମ ରେ ଆଇଆରଇଏଲ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟ ରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା, ଏହାକୁ ସ୍ଥାନୀୟ ସରପଞ୍ଚ ଏସ. ସଂଜୀବ ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ,ଏହି ଶିବିର ରେ ଗ୍ରାମର ଶତାଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ସହିତ ମାଗଣା ରେ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯାଇଥିଲା,ଆଇଆରଇଏଲ ପକ୍ଷରୁ ଡାକ୍ତର ବି. ଶୁଭା ଏବଂ ଅଵସରପ୍ରାପ୍ତ ଡାକ୍ତର ଏ ପଲଙ୍କ ଦ୍ୱାରା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା, ଆଇଆରଇଏଲ ସମ୍ବଳ ଓ ଗୋଷ୍ଟି ଉନୟନ ବିଭାଗର ଉପମହା ପ୍ରବନ୍ଧକ ଏନ.କେ.ନାଇକ ଏବଂ ପ୍ରବନ୍ଧକ ଦୀପକ ମିଶ୍ର, ଆର.କେ.ପତ୍ର , ଟି ଏଚ . ଆଚାଯ୍ୟ ପ୍ରମୁଖ ପରିଚାଳନାର ଦାୟୀତ୍ଵ ବହନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଅନୁମତି କ୍ରମେ ଚଳିତ ବର୍ଷ ଆଇଆରଇଏଲ ତରଫରୁ ୭ଟି ଗ୍ରାମ ପଂଚାୟତରେ ସ୍ଵାସ୍ଥ୍ୟ ଶିବିର ଆୟୋଜନର ଲକ୍ଷ୍ୟ କରାଯାଇଛି

LEAVE A REPLY

Please enter your comment!
Please enter your name here