ପୋଲସରା ବ୍ଳକର ପାସ ହାର ୯୯ ପ୍ରତିଶତରୁ ଉର୍ଦ୍ଧ୍ବ, ସୌମ୍ୟରଞ୍ଜନ ସାହୁ ପୋଲସରା ବ୍ଲକ ଟପର

0
218

ପୋଲସରା :ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକରେ ଦଶମ ବୋର୍ଡ ପରୀକ୍ଷାରେ ପାସ ହାର ୯୯ ପ୍ରତିଶତରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି। ରାଜ୍ୟ ସ୍ତରରେ ପାସ ହାର ୯୬.୪୦ ରହିଥିବା ବେଳେ ପୋଲସରା ବ୍ଳକର ପାସ ହାର ୯୯.୦୯୭ ରହିଅଛି। ପୋଲସରା ବ୍ଳକର ମୋଟ ୩୨ ଗୋଟି ବିଦ୍ୟାଳୟର ମଧ୍ୟରୁ ୨୧ ଟି ବିଦ୍ୟାଳୟରେ ଦଶମ ପରୀକ୍ଷା ଫଳ ଶତ ପ୍ରତିଶତ ଥିବାବେଳେ ଅବଶିଷ୍ଟ ୧୧ ଟି ବିଦ୍ୟାଳୟର ପାସ ହାର ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ରହିଅଛି। ମୋଟରେ ୧୮୮୩ ଜଣ ଫର୍ମ ପୂରଣ କରିଥିବା ବେଳେ ୧୩ ଜଣ ପରୀକ୍ଷା ଦେଇନଥିଲେ। ସେମାନଙ୍କ ମଧ୍ୟରୁ ୧୭ ଜଣ ଫେଲ ହୋଇଥିବା ବେଳେ ୧୮୬୬ ଜଣ ପାସ କରିଛନ୍ତି। ପାସ କରିଥିବା ୧୮୬୬ ମଧ୍ୟରୁ ଏ ୧ ଗ୍ରେଡରେ ୧୨ ଜଣ, ଏ ୨ ଗ୍ରେଡରେ ୮୧ ଜଣ, ବି ୧ ଗ୍ରେଡରେ ୧୯୮ ଜଣ, ବି ୨ ଗ୍ରେଡରେ ୪୧୫ ଜଣ, ସି ଗ୍ରେଡରେ ୫୩୫ ଜଣ, ଡି ଗ୍ରେଡରେ ୪୧୫ ଜଣ ଓ ଇ ଗ୍ରେଡରେ ୨୧୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ନିମିନା ପଞ୍ଚାୟତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଛାତ୍ର ସୌମ୍ୟରଞ୍ଜନ ସାହୁ ମୋଟ ୫୬୦ ମାର୍କ ରଖି ପୋଲସରା ବ୍ଲକ ଟପର ହେବାର ଗୌରବ ଅର୍ଜନ କରିଛନ୍ତି। ସୌମ୍ୟରଞ୍ଜନ ବ୍ଲକ ଟପର ହୋଇ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବା ଯୋଗୁଁ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସାହୁ ଅଭିନନ୍ଦନ ଜଣାଇଛନ୍ତି। ପୋଲସରା ସରସ୍ୱତୀ ଶିଶୁ ମନ୍ଦିରର ଶିବାଶିଷ ମିଶ୍ର ଓ ତୋଷି କୁମାରୀ ସାହୁ ଏବଂ ବର୍ତ୍ତିନି ଗୋପୀନାଥ ଉଚ୍ଚ ବିଦ୍ୟାଳୟର ଅରବିନ୍ଦ ସାହୁ ତିନିହେଁ ୫୪୮ ମାର୍କ ରଖି ବ୍ଳକର ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମଥୁରା କାହ୍ନୁ ଚରଣ ହାଇ ସ୍କୁଲର ରାମେଶ୍ୱର ସାହୁ, ସାନ ବରଗାଁ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟର ନିଖିଲେଶ ସେଠୀ, ବାଲିଛାଇ ଜଗନ୍ନାଥ ତପସ୍ୱୀ ଉଚ୍ଚ ବିଦ୍ୟାଳୟର ଜାମିନୀ ସ୍ବାଇଁ ଓ ପୋଲସରା ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ଲଗ୍ନା ପ୍ରଧାନ ସମସ୍ତ ଚାରିଜଣ ଛାତ୍ରଛାତ୍ରୀ ୫୪୦ ମାର୍କ ରଖି ବ୍ଳକର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପୋଲସରା ବ୍ଳକର ପାସ ହାର ୯୯ ପ୍ରତିଶତରୁ ଉର୍ଦ୍ଧ୍ବ ଥିବାରୁ ଜନସାଧାରଣ ଶିକ୍ଷକ ସମାଜକୁ ଧନ୍ୟବାଦ ପ୍ରଦାନ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here