ଆଉ ଏକ ସଫଳତାର ଶଙ୍ଖ ଧ୍ୱନି ଦେଇ ବ୍ରହ୍ମପୁର ର ଅକ୍ସଫୋର୍ଡ୍ ପବ୍ଲିକ ସ୍କୁଲ ଆଜି ଉତ୍ସବ ମୁଖରିତ

0
803

ବ୍ରହ୍ମପୁର: ସଦ୍ୟ ପ୍ରକାଶିତ ସି. ବି.ଏସ. ଇ,ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ରେ ବ୍ରହ୍ମପୁର ଲାଞ୍ଜିପାଲି ରାଜପଥ ପାର୍ଶ୍ବରେ ଥିବା ଅକ୍ସଫୋର୍ଡ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ପୂର୍ବ ବର୍ଷ ଭଳି ଶତ ପ୍ରତିଶତ ଫଳାଫଳ ଦେଇ ଅନୁଷ୍ଠାନ ର ଗୌରବ କୁ ଦ୍ଵିଗୁଣିତ କରିଛନ୍ତି ।ଏହି ଫଳାଫଳ ରେ ଅନୁଷ୍ଠାନର
ଅରୋ ପ୍ରକାଶ ପାଢ଼ୀ ୯୫.୨% ରଖି *ପ୍ରଥମ* ରିଶିତା ପାଢ଼ୀ ୯୪.୪ ରଖି *ଦ୍ଵିତୀୟ* ଓ ଚନ୍ଦ୍ର ଶେଖର ମିଶ୍ର ୯୩.୬ ରଖି *ତୃତୀୟ* ସ୍ଥାନ ଅଧିକାର କରିଛନ୍ତି ।ଏହି ସଫଳତାରେ ଖୁସି ପ୍ରକାଶ କରି ଅନୁଷ୍ଠାନ ର ନିର୍ଦେଶକ ଇଁ . ଅଶୋକ କୁମାର ପାଳ ସମସ୍ତ ଶିଶୁ ତଥା ସେମାନଙ୍କ ଅଭିଭାବକ ଅଭିଭାବକ ଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରି ଆଗାମୀ ଦିନ ମାନଙ୍କରେ ଅନୁଷ୍ଠାନ ର ଶୈକ୍ଷିକ ମାନ ବୃଦ୍ଧି କରିବାର ସଂକଳ୍ପ ନେଇଛନ୍ତି।
ଏହି ସଫଳତା ପାଇଁ ଅନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଦଶମ ଶ୍ରେଣୀ ଶିକ୍ଷା ଦାନ କରୁଥିବା ପି. ସରିତା, ସସ୍ମିତା ମିଶ୍ର,ପି. ଭେଙ୍କଟସ୍ୱରଲୁ, ରୁନାଲ୍ ବେହେରା, ଜି. ଭୁବନେଶ, ରାଜୀବ ପଟନାୟକ,କସ୍ତୁରୀ ମିଶ୍ର, ସ୍ବପ୍ନା ରାଣୀ ପାତ୍ର , ଶୁଭାଶିଷ ନନ୍ଦ, ଅନନ୍ତ ପଣ୍ଡାଙ୍କୁ ବି ଆନ୍ତରିକ ସାଧୁବାଦ୍ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here