କଇଠଖଣ୍ଡି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ପରିବାରର ୮ ବଖରା ଭସ୍ମୀଭୂତ : ସହାୟତା ଯୋଗାଇଲେ ସରପଞ୍ଚ

0
176

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ୪ ପରିବାରର ୮ ବଖରା ନଷ୍ଟ ହୋଇଯିବା ସହ ବହୁ ମୂଲ୍ୟ ଧନସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ବିଦାରକ ଦୁଃଖଦ ସମୟରେ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ଅଗ୍ନି ବିପନ୍ନ ପରିବାରକୁ ଭେଟି ସହାୟତା ଯୋଗାଇ ଦେଇଥିବା ଜଣାପଡିଛି । ଖବରନୁଯାୟୀ , ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ସ୍କୁଲ ସାହିରେ ବାସ କରୁଥିବା ଗଣେଶ ଗୈାଡ , ଲକ୍ଷ୍ମଣ ଗୈାଡ , ତ୍ରିନାଥ ଗୌଡ଼ ଓ ଭରତ ଗୈାଡଙ୍କ ଘରେ କୌଣସି କାରଣ ବଶତଃ ନିଆଁ ଲାଗିଥିଲା । ତେବେ ନିଆଁକୁ ଆୟତ୍ତ କରିବାକୁ ଗ୍ରାମବାସୀ ଚେଷ୍ଟା କରିବା ପରେ ସରପଞ୍ଚ ଶ୍ରୀ ଗୈାଡଙ୍କ ଜରିଆରେ ଦିଗପହଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ ମୁଖ୍ୟ ଆଗ୍ନିକ ରାଜେନ୍ଦ୍ର ନାରାୟଣ ଦାସ ସମେତ କର୍ମଚାରୀ ପହଞ୍ଚି ଦୀର୍ଘ ୩ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇପାରିଥିଲେ । ତେବେ କ୍ଷୟକ୍ଷତିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଖବର ମିଳିଛି। ଅନ୍ୟପକ୍ଷରେ ଶୁକ୍ରବାର ସକାଳେ ସରପଞ୍ଚ ଶ୍ରୀ ଗୈାଡ ଅଗ୍ନି ବିପନ୍ନ ପରିବାରକୁ ଭେଟି ସାନ୍ତ୍ଵନା ଦେବା ସହ ଭାଙ୍ଗି ପଡିଥିବା ପରିବାରକୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାସହ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ କଇଠଖଣ୍ଡି ରାଜସ୍ବ ନୀରିକ୍ଷିକା ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here