ଆସିକା ବନାଞ୍ଚଳରେ ଫରେଷ୍ଟର ତାଲିମ ଶିବିର

0
447

ଆସ୍କା(ଜଗନ ପଣ୍ଡା)ଆଜି ଜି.ଉଦୟଗିରି ଫରେଷ୍ଟ ଟ୍ରେନିଂ ସ୍କୁଲରେ ଫରେଷ୍ଟ ଗାଡ଼ରୁ ଫରେଷ୍ଟର ରୂପେ ପଦୋନ୍ନତି ପାଇଁ ତାଲିମ ଦିଆଯାଉଥିବା ୩୯ ଜଣ ଫରେଷ୍ଟରଙ୍କୁ ବନ୍ୟ ଜୀବଙ୍କ ସରଂକ୍ଷଣ ଓ ସେମାନଙ୍କୁ ସୁରକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ସମସ୍ତ ପୁରୁଷ ଓ ମହିଳା ଫରେଷ୍ଟର ମାନଙ୍କୁ ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗର ସରଂକ୍ଷଣ ସ୍ଥଳୀ ଭାବେ ପରିଚିତ ଆସିକା ନିକଟସ୍ଥ ଜଗତ ପଡିଆରେ ତାଲିମ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଦାୟିତ୍ଵ ନେଇଥିଲେ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୁରୁ ।ଏଥି ସହ ସହାୟକ ପ୍ରଶିକ୍ଷକ ନୀଳମାଧବ ସାହୁ ଏବଂ ଅବସର ପ୍ରାପ୍ତ ଏ ସି ଏଫ୍ ସାର୍ ଶ୍ରୀ ଗୋକୁଳ ଶତପଥୀ ଆଦି ଉପସ୍ଥିତ ଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଆସିକା ରେଞ୍ଜର ପି କେ ସାହୁ, ଫରେଷ୍ଟ ଗାର୍ଡ ସୁବାସ ଗୌଡ଼,ବିଷ୍ଣୁ ପ୍ରିୟା ପ୍ରଧାନ,ଫରେଷ୍ଟର କଳ୍ପନା ପ୍ରଧାନ,ଦୁର୍ଗାମାଧବ ମିଶ୍ର ଆଦି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here