ମାଁ ବାଙ୍କେଶ୍ୱରୀ ଦିନିକିଆ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
250

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ଗ୍ରାମ ଖେଳପଡିଆ ଠାରେ ଗୁରୁବାର ଦିନ ଆୟୋଜିତ ହୋଇଥିବା ମାଁ ବାଙ୍କେଶ୍ଵରୀ ଦିନିକିଆ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ୍ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଓ ଉଦଯାପନୀ ସମାରୋହରେ ଦିଗପହଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ଆସିଥିବା କ୍ରୀଡା ପ୍ରତିଭାଙ୍କ ମନରେ ଉତ୍ସାହ ଜାଗ୍ରତ କରିବା ସହ ଖେଳ ମନୋଭାବ ରଖିବା ପାଇଁ କହିଥିଲେ । ଉଦଘାଟନୀ ଓ ଉଦଯାପନୀ ସମାରୋହରେ ଶ୍ରୀ ପ୍ରଧାନ ସମେତ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ସମାଜସେବୀ ମନୋଜ ସାହୁ , ବମକୋଇ ପୂର୍ବତନ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ସରପଞ୍ଚ ତପନ ପ୍ରଧାନ , ନନ୍ଦନ ଦୋରା , ବିକ୍ରମ ସିଂ , ରାଜକିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ୬ ଓଭର ବିଶିଷ୍ଟ ଉଦଘାଟନ ମ୍ୟାଚରେ ଚିକିଟି ଓ ମହୁରୀ କାଳୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହୁରୀ କାଳୁଆ ଦଳ ବିଜୟୀ ହୋଇଥିଲା । ସେହିପରି ଶେଷ ତଥା ଫାଇନାଲ ମ୍ୟାଚରେ ହାଟପଦା ଓ ମହୁରୀ କାଳୁଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ହାଟପଦା ଦଳ ୧୧ ରନ ବ୍ୟବଧାନରେ ବିଜୟୀ ହୋଇ ଚାମ୍ପିୟାନ ହେବାର ଗୌରବ ଲାଭ କରିଥିଲା । ଉଦଯାପନୀ ସମାରୋହରେ ଅତିଥିବୃନ୍ଦ ବିଜେତା ହାଟପଦା ଟିମକୁ ୨୫ ହଜାର ଓ ପରାଜିତ ଦଳକୁ ୨୦ ହଜାର ଓ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ ଉଭୟ ଦଳର ଶ୍ରେଷ୍ଠ ଖେଳାଳୀମାନଙ୍କୁ ବିଭିନ୍ନ ପୁରସ୍କାର ପ୍ରଦାନ କରିଥିଲେ ‌। ତେବେ ଫ୍ଲଡ ଲାଇଟରେ ଖେଳ ସାଙ୍ଗକୁ ଚିୟର ଗାର୍ଲଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା । କ୍ଳବ୍ ସଦସ୍ୟ ସତୀଶ ଦୋରା , ଗୋପାଳ ଦୋରା , ପତିତପାବନ ଦାସ , ମାଧବ ରେଡ୍ଡୀ , ବୁଲୁ ଦୋରା , ଜିତେନ୍ଦ୍ର ଦାସ , ରଞ୍ଜନ ଦୋରା , ନରସିଂହ ଦୋରା , ସ୍ବାଗତ ପଟ୍ଟନାୟକ , ଭବାନୀ ସେଠୀ , ବୁଲୁ ରେଡ୍ଡୀ , କାଳିଆ ଦୋରା , ରାଜା ରେଡ୍ଡୀ ସମେତ ଆୟୋଜକ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here