ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ କର୍ମଶାଳା

0
557

ବ୍ରହ୍ମପୁର: ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ ସମ୍ପର୍କିତ ଏକ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସହରର ସ୍ଥାନୀୟ ଶଙ୍କର ଭବନ ସଭାଗୃହରେ ଏକ୍ସଟ୍ରୁଡ଼ର ଇଂଜିନିୟରିଂ ଏଜେନ୍ସି ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଓଡିଶା କାଜୁ ଉନ୍ନୟନ ନିଗମର ଅଧକ୍ଷ ସୁବାଷ ଚନ୍ଦ୍ର ମହାରଣା , ମୁଖ୍ୟ ବକ୍ତା ରୂପେ ଟି.ପି.ଏସ୍.ଓ.ଡିଏଲ୍ ର ଅବସରପ୍ରାପ୍ତ ବରିଷ୍ଠ ସାଧାରଣ ପରିଚାଳକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଚୌଧୁରୀ , ନିମ ଶିକ୍ଷାନୁଷ୍ଠାନ ର ନିର୍ଦ୍ଧେଶିକା ସୁଶ୍ରୀ ରଶ୍ମିତା କୁମାରୀ ପାଣିଗ୍ରାହୀ ଏବଂ ଏକ୍ସଟ୍ରୁଡର ଏଜେନ୍ସିର ପରିଚାଳନା ନିର୍ଦ୍ଦେଶିକା
ଶ୍ରୀମତୀ ଶ୍ରୀଜା ସୁରାଜିତା ପଣ୍ଡା ଯୋଗ ଦେଇ ଉଦ୍ୟଗ ବିକାଶରେ ରାଜ୍ୟର ବିକାଶ କିପରି ହୋଇପାରିବ ସେ ନେଇ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସେକ୍ଟରରେ ବର୍ତ୍ତମାନର ଯୁଗରେ ଯେପରି ନୂତନ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ତାହାକୁ ଗୁରୁତ୍ବ ଦିଆଯାଉଥିବା ଏବଂ ଏହାକୁ ଯୁବ ସମାଜ ଅଧିକରୁ ଅଧିକ ସଚେତନତା ହେବା ସହ ନିଜେ ଯେପରି ଉଦ୍ୟୋଗୀ ହେବେ ତାହାକୁ ନେଇ ମାନସିକ ସ୍ତରରେ ପ୍ରସ୍ତୁତ ସହିତ ସେଥିପ୍ରତି ବ୍ୟାଙ୍କର ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସୁଶ୍ରୀ ରଶ୍ମିତା ପାଣିଗ୍ରାହୀ ଏବଂ ଶ୍ରୀଜା ସୁରମିତା ପଣ୍ଡା ଏଭଳି କର୍ମଶାଳାର ମୂଳ ଲକ୍ଷ୍ୟ ସହିତ କର୍ମଶାଳା ମାଧ୍ୟମରେ ଶିଳ୍ପ ଏବଂ ଉଦ୍ୟୋଗର ବିକାଶଧାରା କିପରି ରହିବ ଏବଂ ଯୁବପିଢୀ ଇଚ୍ଛୁକ ଉଦ୍ୟଗି ବିଶେଷ କରି ମହିଳା ଉଦ୍ୟଗି ମାନଙ୍କ ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଚୌଧୁରୀ ଓଡ଼ିଶା ଭଳି ରାଜ୍ୟରେ ବର୍ତ୍ତମାନ ଅନେକ ସୁଯୋଗ ରହିଥିବା ବେଳେ ରାଜ୍ୟ ତଥା ଦେଶ ଓ ବିଦେଶର ନିବେଶକଙ୍କ ମାନଙ୍କ ଲକ୍ଷ୍ୟସ୍ଥଳ ପାଲଟିଥିବା ବାଖ୍ୟା କରିଥିଲେ।ଏହି ଅବସରରେ ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ଏବଂ ନୀତି ଉପରେ ଅବଗତ କରାଇବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟୋଗୀ ମାନେ ଅଧିକ ଲାଭାନ୍ବିତ ହୋଇପାରିବେ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଏହି ଅବସରରେ ନନ୍ଦିଘୋଷ ଟିଭିରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ, ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ ,ଓଟିଭି ରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ବ୍ରହ୍ମା, ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ, ସାମ୍ବାଦିକ କାଳୀପ୍ରସାଦ ରଥ ଓ ରାଜେଶ କୁମାର ସାହୁ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଆଇ.ଓ.ବି ର ଚିଫ୍ ମ୍ୟାନେଜର ଅଭିମନ୍ୟୁ କୁମାର,ବ୍ୟାଙ୍କ ଅଫ ଇଣ୍ଡିଆ ର ସିନିୟର୍ ମ୍ୟାନେଜର ମହେଶ୍ବର ସୁଆର,ଟି.ପିଏସ୍.ଓ.ଡି.ଏଲ୍ ର ସୁପରିଟେଣ୍ଡେଟ ଇଞ୍ଜିନିୟର ଦେବେଶ ରଞ୍ଜନ ପଣ୍ଡା ଙ୍କ ସମେତ ଜିଲ୍ଲା ତଥା ରାଜ୍ୟର ୪୦ ରୁ ଉର୍ଦ୍ଧ୍ବ ଉଦ୍ୟୋଗୀ ଓ ଶିଳ୍ପପତି ମାନେ ଯୋଗ ଦେଇଥିଲେ। ଏଥିରେ ବହୁ ସଫଳ ଉଦ୍ୟୋଗୀ ମାନେ ନିଜର ସଫଳତାର କାହାଣୀ ବାଖ୍ୟା କରିଥିବା ବେଳେ ଆଗାମୀ ଦିନରେ ଏହାର ସଫଳତା କୁ ନେଇ ଏକ ଆନ୍ତର୍ଜାତିକ ସ୍ତରରେ କର୍ମଶାଳା ଆୟୋଜନ କରାଯିବାକୁ ସ୍ଥିର କରାଯାଇଛି।

LEAVE A REPLY

Please enter your comment!
Please enter your name here