ନିଖିଳ ଉତ୍କଳ ସ୍ୱାବଲମ୍ବୀ ହାତପମ୍ପ କାରିଗର ଓ ପମ୍ପ ଚାଳକ ମିଳିତ ୟୁନିୟନର ମିଳିତ ବୈଠକ

0
258

ବେଗୁନିଆପଡା,(ନ୍ୟୁଜ ଏକ୍ସଟ୍ରା):ନିଖିଳ ଉତ୍କଳ ସ୍ୱାବଲମ୍ବୀ ହାତପମ୍ପ କାରିଗର ଓ ପମ୍ପ ଚାଳକ ମିଳିତ ୟୁନିୟନ ବେଗୁନିଆପଡା ଶାଖା ସଦସ୍ୟଙ୍କ ଏକ ବୈଠକ ଏହି ବ୍ଲକ ଅନ୍ତର୍ଗତ ଘୋଡାପଡା ସ୍ଥିତ ଗୁପ୍ତେଶ୍ଵର ମନ୍ଦିର ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ପ୍ରବୀଣ କୁମାର ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ହରଷ ରାଉତ ବିବରଣୀ ପାଠ କରିବା ସହ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରଥିଲେ ।ସମସ୍ତ କାରୀଗରଙ୍କ ପରିଚୟ ପତ୍ର ପ୍ରଦାନ,ନଳ କୂପ ସର୍ଭେର ମଜୁରୀ ପ୍ରଦାନ ନିମନ୍ତେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ତେଣୁ ବିଡ଼ିଓଙ୍କୁ ଭେଟି ଏ ବିଷୟରେ ଅନୁରୋଧ କରାଯିବ ବୋଲି ସଙ୍ଘ ନିଷ୍ପତି ନେଇଛି |ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଉପଦେଷ୍ଟା ପ୍ରଭାତ କୁମାର ସାହୁ, ଉପ ସଭାପତି ତାପସ ନାୟକ, କୋଷ।ଧକ୍ଷ ସୁବାସ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here