ଗଞ୍ଜାମ ଜିଲ୍ଲାର ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

0
152

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ପଛୁଆ ବର୍ଗର ଲୋକ ମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କାର୍ଯ୍ୟ ଆସନ୍ତା ମଇ ମାସ ପହିଲା ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥ ର ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ସମଗ୍ର ଜିଲ୍ଲାରେ ପରିକ୍ରମା କରିବା ସହିତ ଜନସାଧାରଣଙ୍କ ସଚେତନତା ନିମନ୍ତେ ଲିଫ୍ଲେଟ୍ ମଧ୍ୟ ବଣ୍ଟନ କରାଯିବ । ଏହା ଦ୍ବାରା ପଛୁଆ ବର୍ଗର ଲୋକ ମାନଙ୍କର ବୃତ୍ତି , ଶିକ୍ଷାଗତ ଯୋଗ୍ୟତା ସହିତ ସେମାନଙ୍କର ପରିବାରର ଲୋକମାନେ କେଉଁ ପ୍ରକାର ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି ସେ ବିଷୟରେ ସୂଚନା ମିଳିପାରିବ । ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ୍ ତଥ୍ୟ ମଧ୍ୟ ପ୍ରାପ୍ତ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍, ଡେପୁଟି କଲେକ୍ଟର ସୁକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଶ୍ରୀ ପାତ୍ର ପ୍ରମୁଖ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here