ଶ୍ରୀ ଶ୍ରୀ କଳାରୁଦ୍ରମଣିକି ଭଜହେ ନାଦରେ କମ୍ପିଉଠିଲା ଛତ୍ରପୁର ସହରର ଶ୍ରୀନଗର ସାହି

0
263

ଛତ୍ରପୁର : ଚାଲିଛି ଦଣ୍ଡନାଚ । ଶିବ ଓ କାଳୀଙ୍କୁ ସାଙ୍ଗରେ ଧରି ଦଣ୍ଡୁଆ ମାନେ ଗାଁ ରୁ ଗାଁ ସାହିରୁ ସାହି ବୁଲି ମାନସିକ ଧାରୀ ମାନଙ୍କ ମାନସିକ ପୂର୍ଣ୍ଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଶ୍ରୀ ନଗର ସାହିରେ ଚଳିତ ବର୍ଷ ପ୍ରଥମ କରି ମା ଦକ୍ଷିଣ ଦଣ୍ଡକାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ବ୍ଲକର ବାହାଲାପୁର ର ଦଣ୍ଡଦଳ ପୂର୍ବାହ୍ନ ୯ ଟାରେ ଶ୍ରୀ ନଗର ସାହିରେ ପହଂଚିଥିଲେ । ସେଠାରେ ସାହି ବାସିନ୍ଦା ମାନେ ଠାକୁରଙ୍କୁ ବରୁଣ କରି ସାହି ପରିକ୍ରମା କରାଇଥିଲେ । ପରେ ମଧ୍ୟାହ୍ନରେ ଧୁଳିଦଣ୍ଡ, ଅପରାହ୍ନରେ ପାଣିଦଣ୍ଡ, ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଏବଂ ପରମ୍ପରା ଅନୁଯାୟୀ ମଧ୍ୟ ରାତ୍ରରେ ମା ଙ୍କ ଅନ୍ନ ପ୍ରସାଦ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛତ୍ରପୁର ଶ୍ରୀନଗର ସାହିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ସାହି ବାସିନ୍ଦା ଏବଂ ଆଖପାଖ ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ସମସ୍ତ କାର୍ଯ୍ୟକ୍ରମକୁ ୱାର୍ଡ ର କାଉନସିଲର ଦେବାଶିଷ ମିଶ୍ର ଙ୍କ ସମେତ ତିନୋଟି ସାହିର ବହୁ ଯୁବକ ଏବଂ ଭଦ୍ର ବ୍ୟକ୍ତି ମାନେ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here