ପଦ୍ମନାଭପୁର ନୋଡାଲ ହାଇସ୍କୁଲ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

0
180

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ନୋଡାଲ ହାଇସ୍କୁଲର ବାର୍ଷିକୋତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସେହିପରି ସ୍ଥାନୀୟ ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , ଏବିଇଓ ବାଳା ମାଝୀ , ବିଶ୍ରବା ପାଇକ , ରସାନନ୍ଦ ଘଡେଇ , କ୍ଳଷ୍ଟର ସିଆରସିସି ବଳରାମ ବେହେରା , ନାଏବ ସରପଞ୍ଚ ଅରୁଣ ପ୍ରଧାନ, ୱାର୍ଡସଭ୍ୟ ବିପିନ ବାଡତ୍ୟା , ସଂଜୀବ କୁମାର , ଉପ ସଭାନେତ୍ରୀ ଏ. ଗୀତା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅତିଥିବୃନ୍ଦ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୧୫୦ ଜଣ ଛାତ୍ରଛାତ୍ରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହିପରି ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ ଲତା ମହାରଣା , ବରିଷ୍ଠ ଶିକ୍ଷକ କାଳିଚରଣ ପାଣିଗ୍ରାହୀଙ୍କୁ ୟୁକୋ କ୍ଳବ୍ ପକ୍ଷରୁ ପୁରସ୍କୃତ କରାଯାଇଥିଲା । କ୍ରୀଡା ଶିକ୍ଷକ ଶୁକୁରୁ ରେଡ୍ଡୀ , ଶିକ୍ଷୟତ୍ରୀ ସୁକାନ୍ତି ମହାଙ୍କୁଡ , ଶିକ୍ଷକ ସିମାଞ୍ଚଳ ପାଢ଼ୀ , କିରାଣୀ ମାନସ କବି ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here