ପଦ୍ମନାଭପୁରରେ ଗୋଷ୍ଠୀ ଭିତ୍ତିକ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ

0
188

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ପଞ୍ଚାୟତର ସ୍ଥାନୀୟ ସେକ୍ଟର ଅଙ୍ଗନୱାଡ଼ି କେନ୍ଦ୍ରରେ ମଙ୍ଗଳବାର ଦିନ ଗୋଷ୍ଠୀ ଭିତ୍ତିକ ତଥା ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଦିଗପହଣ୍ଡି ଶାଖା ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ବି .ସନ୍ଧ୍ୟାରାଣୀ ସୁବୁଦ୍ଧି , ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧି , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ସୁପରଭାଇଜର ସଞ୍ଜୁଲତା ପାଣିଗ୍ରାହୀ , ପଦ୍ମନାଭପୁର କ୍ଳଷ୍ଟର ସିଆରସିସି ବଳରାମ ଡାକୁଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅପପୁଷ୍ଟି ନିରାକରଣ ଏବଂ ପରିଷ୍କାର ଯୁକ୍ତ ପୋଷଣ ଖାଦ୍ୟ ଯେପରି ପୂର୍ବଭଳି ଶିଶୁମାନେ ପାଇ ଆସୁଥିଲେ ତାହା ବର୍ତ୍ତମାନ ମଧ୍ୟ ଶିଶୁମାନେ ଏହି ସୁବିଧାରୁ ବଞ୍ଚିତ ହୋଇପାରିବ ନାହିଁ ବୋଲି ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ପ୍ରତିକ୍ରିୟା ରଖିଥିଲେ । ଏହି ଅବସରରେ ୨୪ ଜଣ ହେଲଦି ପିଲାଙ୍କ ମାଆଙ୍କୁ ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here