ସହଦେବ. ଟିକରପଡା ଗୋଷ୍ଠି ସଂଘର୍ଷ ମାମଲା : ମହିଳା ସମେତ ୩ ଯୁବକ ଗିରଫ

0
301

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସହଦେବ ଟିକରପଡା ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ରାଜନୈତିକ ଶତୃତାକୁ ନେଇ ହୋଇଥିବା ଗୋଷ୍ଠି ସଂଘର୍ଷ ମାମଲାରେ ଆଜି କେ . ନୂଆଗାଁ ପୋଲିସ ଜଣେ ମହିଳାଙ୍କ ସମେତ ୩ ଯୁବକକୁ ଗିରଫ କରିଥିବା ଜଣାପଡିଛି । ଗିରଫ ମାନଙ୍କ ମଧ୍ୟରେ ପ୍ରତିମା ଗୈାଡ , ବିଜୟ ଗୈାଡ , ଟୁକୁନା ଗୌଡ, ସିମାଞ୍ଚଳ ଗୌଡ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବରନୁଯାୟୀ , ଶୁକ୍ରବାର ରାତି ପ୍ରାୟ ୮ ଘଣ୍ଟା ସମୟରେ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ କାଳୁ ଗୈାଡ ଓ ଟୁକୁନା ଗୈାଡଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ପରେ ଆକ୍ରମଣ ଓ ପ୍ରତି ଆକ୍ରମଣର ରୂପ ନେଇଥିଲା । ଏଥିରେ ଅଭିଯୁକ୍ତ ଟୁକୁନା ଓ ତାଙ୍କ ସହଯୋଗୀ ମାନେ କାଳୁ ଗୌଡ ଓ ତାଙ୍କ ଭଉଣୀ ଜ୍ଯୋତ୍ସ୍ନା ଗୌଡ ଏବଂ ପ୍ରତିମା ଗୌଡଙ୍କ ଉପରେ ଆକ୍ରମଣ କରିଥିଲେ । ସେହିଭଳି କାଳୁ ଗୌଡ ଓ ତାଙ୍କ ସହଯୋଗୀ ମିଶି ଟୁକୁନାଙ୍କ ଗୋଷ୍ଠି ଉପରେ ଆକ୍ରମଣ କରିଥିଲେ। ଘଟଣାରେ ତୋଫାନ ଗୌଡ ନାମକ ଜଣେ ବ୍ଯକ୍ତିଙ୍କ ଦିଗପହଣ୍ଡି ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ କାଳୁ ଗୌଡ ଓ ତାଙ୍କ ଦୁଇ ଭଉଣୀ ଗୁରୁତର ଆହତ ହୋଇଥିଲେ । ଘଟଣାପରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ । ତେବେ ଘଟଣାଟି କେ . ନୂଆଗାଁ ଥାନା ଅଧୀନରେ ଯାଉଥିବାରୁ ପୋଲିସ ମୃତ ତୋଫାନଙ୍କ ବାପା ଉଆଳି ଗୌଡଙ୍କ ଏତଲାକୁ ଭିତ୍ତିକରି ମାମଲା ନଂ ୧୧୯/୨୩ ପ୍ରକାରେ ତଦନ୍ତ ଚଳାଇଥିବା ବେଳେ ଏପଟେ ଗୁରୁତର ଆହତ କାଳୁ ଗୌଡଙ୍କ ପୁଅ ମନୋଜଙ୍କ ଏତଲା ଭିତ୍ତିରେ ୧୨୦/୨୩ ପ୍ରକାରେ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ଗୋଷ୍ଠି ସଂଘର୍ଷ ମାମଲାରେ ପୋଲିସ ଏକ ଖଣ୍ଡା ଏବଂ ଠେଙ୍ଗାବାଡି ଜବତ କରିବା ଉଭୟ ପକ୍ଷରୁ ଗିରଫ ୪ ଜଣକୁ ମଙ୍ଗଳବାର ଦିନ ଗିରଫ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହୋଇ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here