ବୋରିଗାଁ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

0
188

କୁକୁଡ଼ାଖଣ୍ଡି:ସମବାୟ ସ୍ତରୀୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ସୋମବାର ଦିନ ସ୍ଥାନୀୟ ଶିବ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବୋରିଗାଁ ସେବା ସମବାୟ ସମିତି ସଭାପତି ସୁରେଶ ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସମବାୟ ସଭାପତି କୈଳାଶ ରଣା, ୧୦ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ ,ବୋରିଗାଁ ସରପଞ୍ଚ ସୁନିତା ସାହୁ,ଵିଆରଏମସି ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ ,ସମବାୟବିତ ପୂର୍ଣ୍ଣଚନ୍ଦ୍ର ନାୟକ,ବିସିସି ବ୍ୟାଙ୍କ କୁକୁଡ଼ାଖଣ୍ଡି ବ୍ରାଞ୍ଚ ମ୍ୟାନେଜର ଆଶିଷ କୁମାର ସାହୁ,ଆତ୍ମା ସଭାପତି ଟି ରଘୁପ୍ରସାଦ ପାତ୍ର,କୁକୁଡ଼ାଖଣ୍ଡି ସମବାୟ ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ୱାଳ, ଗୋବିନ୍ଦ ଗୌଡ଼,ପି. ଭିମା ରାଓ, ବୋରିଗାଁ ସେବା ସମବାୟ ସମିତି ଉପସଭାପତି ପି. ଶକୁନ୍ତଳା,ସମବାୟ ନିର୍ଦେଶକ ଉଦୟ ନାଥ ସେଠି,ଡି. ନରସିଂହ,ଅଭିରାମ ସେଠି,ଆନନ୍ଦ ସାହୁ, ରମେଶ ସାହୁ,ଝୁନୁ ସାହୁ, ମହେନ୍ଦ୍ର ରାଉଳ, କୋରା ରାଉଳ ଓ ଟି. ଗୋପୀ,ସମ୍ପାଦକ ଭାଗ୍ୟବାନ ସାହୁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ରହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ଶ୍ରୀ ପାତ୍ର ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ପ୍ରଥମେ ସେବା ସମବାୟ ସମିତି ପକ୍ଷରୁ ଉପସ୍ଥିତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ଅବସରରେ ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଥିଲା ।ଜିଲ୍ଲା ସମବାୟ ସଭାପତି କୈଳାଶ ରଣା ନିଜ ବକ୍ତବ୍ୟରେ କହିଥିଲେ ଯେ ଚାଷୀମାନଙ୍କୁ ସଚେତନ କରିବା ଓ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀଙ୍କୁ ଶକ୍ତି ଶାଳୀ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ବିନା ସୁଧରେ ଋଣ ଦେଇ ମୁଖ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାହା ଏକ ଶ୍ରେଷ୍ଠ ପଦକ୍ଷେପ । କୁକୁଡ଼ାଖଣ୍ଡି ସମବାୟ ବ୍ୟାଙ୍କ ମ୍ୟାନେଜର ଆଶିଷ କୁମାର ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ,ସରକାରଙ୍କ ପକ୍ଷରୁ କୃଷକ ମାନଙ୍କ ନିମନ୍ତେ ମିଳୁଥିବା ସବୁ ସୁବିଧା ରହିଛି । ବଳରାମ ଯୋଜନା ମାଧ୍ୟମରେ ସାମିଲ ହୋଇ କୃଷକ ମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି କହିଥିଲେ ।ଏହି ବିଷୟରେ ଅଧିକା କିଛି ଜାଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ମୋ ସାଙ୍ଗରେ ଯୋଗାଯୋଗ କରନ୍ତୁ ମୁଁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିବି ।ସେହିଭଳି ଵିଆରଏମସି ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ ନିଜ ବକ୍ତବ୍ୟରେ କହିଥିଲେ ଯେ,ଚାଷୀ ମାନେ ସରକାରଙ୍କ ବଳରାମ ଯୋଜନାରେ ସାମିଲ ହୋଇ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଉଠାଇ ପାରିବେ ବୋଲି କହିଥିଲେ ।ସମବାୟ ସମିତିକୁ ଆସୁଥିବା ସାର ଓ ବିହନ ଗଛିତ ରଖିବା ନିମନ୍ତେ କୌଣସି ଗୋଦାମ ଗୃହ ନଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ବୋରିଗାଁ ସମବାୟ ସମ୍ପାଦକ ଭାଗ୍ୟବାନ ସାହୁ କହିଥିଲେ । ପରିଶେଷରେ ପୂର୍ବତନ ସରପଞ୍ଚ ବସନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here