ଉପଖଣ୍ଡର ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

0
207

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଭଞ୍ଜନଗର ଗସ୍ତ କରି ଉପଖଣ୍ଡର ବିଭିନ୍ନ ବିଭାଗର କାଯ୍ୟ ସମୀକ୍ଷା କରିଛନ୍ତି। ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ସମସ୍ତ କ୍ଷେତ୍ର ବିଭାଗ ଯଥା ଆର.ଡି, ଆର.ଏଣ୍ଡ.ବି,ଜଳ ସେଚନ, ଉଠା ଜଳସେଚନ,ଜନସ୍ୱାସ୍ଥ୍ୟ, ଗ୍ରାମୀଣ ଜଳ ଯୋଗାଣ ଓ ଏନ.ଏଚ୍ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଥିଲେ। ପ୍ରକଳ୍ପ ଗୁଡିକର ଅଗ୍ରଗତି ଓ ପରିସମାପ୍ତିକୁ ନେଇ ଏକ ବିସ୍ତ୍ରୁତ ଆଲୋଚନା କରିବା ସହ ଅଧଃପାନ୍ତରିଆ କାଯ୍ୟ ସମୟ ସୀମା ମଧ୍ୟରେ ସାରିବାକୁ ଜିଲାପାଳ ନିର୍ଦେଶ ଦେଇଥିଲେ। ମୁଖ୍ୟତଃ ରାସ୍ତା, ସେତୁ, ପାନୀୟ ଜଳ, କୋଠାବାଡି, ଜଳ ସେଚନ ଓ ଊଠା ଜଳ ସେଚନ ବିଭାଗର କାଯ୍ୟ ଗୁଡିକୁ ସମୟ ସିମା ଭିତରେ ସମାପ୍ତ କରିବା ପାଇଁ କଡା ନର୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଯେଉଁ ଲୋକାଭିମୁଖି ପ୍ରକଳ୍ପ ହାତକୁ ନିଆଯାଇଛି ତାହାକୁ ଯୁଦ୍ଧ କାଳିନ ଭିତିରେ ପରିସମାପ୍ରି କରିବା ଅତ୍ୟନ୍ତ ଆବଶ୍ୟକତା ରହିଛି ଏବଂ ପ୍ରକଳ୍ପର ଅଗ୍ରଗତି ଓ ପରିସମାପ୍ତି ନେଇ ଯଦି କୌଣସି ବାଧାବିଘ୍ନ ଥାଏ ତେବେ ଏହାକୁ ଉପଜିଲ୍ଲାପାଳଙ୍କୁ ଜଣାଇବା ପାଇଁ ସମସ୍ତ ବିଭାଗ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି। ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ସଂସ୍ଥାପକ ଅଧିକାରୀ ଅନିଲ କୁମାର ପଣ୍ଡା, ରାଜସ୍ୱ ସହାୟକ ସନ୍ତୋଷ ମହାରଣା , ଫକୀର ମୋହନ ସ୍ବାଇଁଙ୍କ ସମେତ ସମସ୍ତ ବିଭାଗର ଅଧିକ୍ଷଣ ଜନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here